www.samajalive.in
Saturday, December 6, 2025
19.1 C
Bhubaneswar

ଶକ୍ତିଶାଳୀ ରାଜଯୋଗ.. ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ; ବର୍ଷିବ ଧନ, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହାଦ୍ୱାରା ଅନେକ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଅନେକ ଶୁଭ ରାଜଯୋଗ ମଧ୍ୟ ହୋଇଥାଏ । ଏହାର ପ୍ରଭାବରେ ଜୀବନରେ ପଡିବା ସହ ଅନେକ ପରିବର୍ତ୍ତନ ଘଟିଥାଏ । ୨୪ ଜୁନ୍‌ରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରି ସାରିଛନ୍ତି । ଏହି ରାଶିରେ ପୂର୍ବରୁ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି କାରଣରୁ ଶଶ ଓ ଆଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ଓ ଜୀବନରେ ବଡ ସଫଳତା ମିଳିଥାଏ ।

ସେହିପରି ସୂର୍ଯ୍ୟ ଦେବ ଉଦୟ ହେବା ଦ୍ୱାରା ସକରାତ୍ମକ ପ୍ରଭାବ ପଡିଥାଏ । ଜାଣନ୍ତୁ ଏଭଳି କିଛି ରାଶି ବ୍ୟକ୍ତି ବିଶେଷଙ୍କ ବିଷୟରେ ଯେଉଁମାନେ ଏହି ରାଜଯୋଗ ଓ ସୂର୍ଯ୍ୟଙ୍କ କୃପାରୁ ଅତ୍ୟନ୍ତ ଶୁଭଫଳ ପାଇବେ ।

- Advertisement -

ମେଷ- ଏହି ରାଶିଙ୍କ ସ୍ୱାମୀ ମଙ୍ଗଳ ଗ୍ରହ । ମଙ୍ଗଳଙ୍କ ସହ ସୂର୍ଯ୍ୟଙ୍କ ମିତ୍ରତା ଭାବ ରହିଛି ବୋଲି କୁହାଯାଏ । ତେଣୁ ସୂର୍ଯ୍ୟଦେବଙ୍କ କୃପା ସର୍ବଦା ଏହି ରାଶିଙ୍କ ଉପରେ ରହିଥାଏ । ଏହି ରାଶି ହଠାତ୍‌ ସଫଳତା ଓ ଧନ ପ୍ରାପ୍ତି ହୋଇଥାଏ । ଜୀବନରେ ସର୍ବଦା ସୁଖସମୃଦ୍ଧି ରହିଥାଏ । ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ସାହସୀ ସହ ଏମାନେ ଆତ୍ମବିଶ୍ୱାସୀ ମଧ୍ୟ । ଯେଉଁ କାମରେ ହାତ ଦିଅନ୍ତି ନିଶ୍ଚୟ ପୂରଣ କରନ୍ତି । ନିଶ୍ଚୟ ଏମାନଙ୍କୁ ସଫଳତା ମିଳିଥାଏ ।

ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆମଦାନୀରେ ବୃଦ୍ଧି ହେବ । ଘର କିମ୍ବା ଗାଡି କିଣିବାର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି ।

ସିଂହ – ଏହି ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଦେବତା । ଏମାନଙ୍କ ନିକଟରେ ନେତୃତ୍ୱ ନେବାର କ୍ଷମତା ଥାଏ । କର୍ମକ୍ଷେତ୍ରରେ ଖୁବ୍‌ ସଫଳତା ମିଳିଥାଏ । ହଠାତ୍‌ ଏମାନେ ଧନୀ ହୁଅନ୍ତି ।

କନ୍ୟା- ଅନେକ ଦିନର ଇଚ୍ଛା ପୂରଣ ହେବ । ଧନ ଲାଭର ଯୋଗ ରହିଛି । ନୂଆ ଗାଡି କିଣିବାର ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ଲାଭ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ଧନୁ- ଏମାନେ ଜୀବନରେ ସଫଳତା ସହ ସମ୍ମାନ ପାଇଥାନ୍ତି । ସମସ୍ୟା ଆସିଲେ ମଧ୍ୟ ଦୂର ହୋଇଥାଏ । ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସମସ୍ୟା ଦୂର ହେବ । ଆୟରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି ।

ମୋଟୋରୋଲା ଏଜ୍‌ ୬୦ ପ୍ରୋର ସେଲ୍‌ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍‌

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories