www.samajalive.in
Sunday, December 7, 2025
14.1 C
Bhubaneswar

ପରମାଣୁ ଅସ୍ତ୍ର ତିଆରି କଲେ ପୁଣି ଆକ୍ରମଣ, ଇରାନକୁ ଟ୍ରମ୍ପଙ୍କ ଧମକ

ୱାଶିଂଟନ,୨୫ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଇରାନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକାର ଆକ୍ରମଣରେ ଇରାନର ପରମାଣୁ କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ବଂସ ପାଇଛି। ଏହାସତ୍ତ୍ବେ ଇରାନ ଯଦି ଭବିଷ୍ୟତରେ ପୁଣି ପରମାଣୁ ଅସ୍ତ୍ର ତିଆରି କରିବାକୁ ଯୋଜନା କରେ ତେବେ ଏହା ଅନୁରୂପ ପରିଣାମ ଭୋଗିବ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟ୍ ହେଗସେଥଙ୍କ ମନ୍ତବ୍ୟ ପରେ ଟ୍ରମ୍ପ ଏପରି ଚେତାବନୀ ଦେଇଛନ୍ତି। ହେଗସେଥ କହିଥିଲେ ଯେ ଆମେରିକାର ଆକ୍ରମଣ ସତ୍ତ୍ବେ ଇରାନ ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ। ଇରାନର ପରମାଣୁ କେନ୍ଦ୍ର ଧ୍ବଂସ ପାଇଯାଇଥିବା ସତ୍ତ୍ବେ ଏହା ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ। ଆମେରିକା ଯେଉଁ ବଙ୍କର ବୁଷ୍ଟର (ପାତାଳ ଭେଦି) ବୋମା ମାଡ କରିଛି ସେଥିରେ ଇରାନର ଭୂପୃଷ୍ଠ ତଳେ ଥିବା ପରମାଣୁ କେନ୍ଦ୍ର ଧ୍ବଂସ ପାଇଛି ସତ; ମାତ୍ର ଇରାନ ଏହାର ୟୁରାନିୟମ୍‌ ସବୁକୁ ସ୍ଥାନାନ୍ତର କରି ନେଇଥିବାରୁ ଏହା ପୂନର୍ବାର ପରମାଣୁ ଅସ୍ତ୍ର ତିଆରି କରିବାକୁ ସକ୍ଷମ ହେବ। ଇରାନକୁ ପରମାଣୁ ଅସ୍ତ୍ର ତିଆରିରୁ ଦୂରେଇ ରଖିବା ଲାଗି ଆମେରିକା ଓ ଇସ୍ରାଏଲ ଯେଉଁ ଆକ୍ରମଣ କରିଛନ୍ତି ତାହା ବହୁତ ବିଳମ୍ବିତ ହୋଇଛି। ଇସ୍ରାଏଲ ଓ ଆମେରିକାର ସାମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଇରାନ ସୂଚନା ପାଇବା ପରେ ୟୁରାନିୟମ୍ ସବୁକୁ ସ୍ଥାନାନ୍ତର କରି ନେଇ ଗୁପ୍ତରେ ମହଜୁଦ୍ ରଖିଛି।
ଅନ୍ୟପଟେ ବୁଧବାର ଇରାନ ସ୍ବକାର କରିଛି ଯେ ଆମେରିକାର ଆକ୍ରମଣରେ ଏହାର ପରମାଣୁ କେନ୍ଦ୍ରଗୁଡିକ ବ୍ୟାପକ ଭାବେ ନଷ୍ଟ ହୋଇଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ ଆମେରିକାର ବି-୨ ବମ୍ବର ଯୁଦ୍ଧବିମାନ ଯେଉଁ ପାତାଳ ଭେଦି ବୋମା ମାଡ କରିଛି ସେଥିରେ ପରମାଣୁ କେନ୍ଦ୍ରଗୁଡିକ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି। ରବିବାର ଆମେରିକା ଇରାନର ଫୋର୍ଡୋ, ନାତାଞ୍ଜା ଓ ଏସ୍‌ଫାହନ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories