ନୂଆଦିଲ୍ଲୀ : ମୋଟୋରୋଲା ଭାରତୀୟ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛି । ଗତ କିଛି ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫିଚର ସହ ଭିନ୍ନ ଭିନ୍ନ ସେଗ୍ମେଣ୍ଟ ର ଫୋନ୍ ମଧ୍ୟ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଉଛି । ମୋଟୋରୋଲା ଏଜ୍ ସିରିଜ୍ ଅନ୍ତର୍ଗତ ବିଭିନ୍ନ ନୂଆ ସ୍ମାର୍ଟଫୋନ୍ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୋଟୋରୋଲା ଏଜ୍ ୬୦ ସିରିଜରେ ମୋଟୋ ୬୦ ପ୍ରୋ ସାମିଲ ରହିଛି । ଏହାକୁ ଆପଣ ରିହାତିରେ କିଣି ପାରିବେ । ଜାଣନ୍ତୁ ଏହି ଫୋନ୍ରେ କେତେ ରିହାତି ମିଳୁଛି । କେଉଁ କେଉଁ ଅଫର୍ ମାଧ୍ୟମରେ ଶସ୍ତାରେ ଏହି ଫୋନ୍କୁ କିଣି ପାରିବେ ।
ଫିଚର୍-
ଡିସପ୍ଲେ – ୬.୭ ଇଞ୍ଚ
ରିୟର କ୍ୟାମେରା – ୫୦ଏମପି+୫୦ଏମପି+୧୦ ଏମପି
ସମ୍ମୁଖ କ୍ୟାମେରା- ୫୦ ଏମ୍ପି
ବ୍ୟାରେଟରୀ – ୬୦୦୦ ଏମଏଏଚ
ର୍ୟାମ୍ ୧୨ ଜିବି ର୍ୟାମ୍
ଷ୍ଟୋରେଜ୍- ୨୫୬ ଜିବି ରୋମ୍
ପ୍ରୋସେସର – ଡାଇମେନସିଟି ୮୩୫୦
ମୋଟୋରୋଲା ଏଜ୍ ୬୦ ପ୍ରୋ ର ୮ଜିବି ର୍ୟାମ୍ +୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟ ଡିସକାଉଣ୍ଟ ସହ ମିଳୁଛି । ଏହାର ଦାମ୍ରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଅନ୍ୟ କୌଣସି ଅଫର୍ ବିନା ଏହାକୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତିରେ କିଣିପାରିବେ । ମୋଟୋ ଏଜ୍ ୬୦ ପ୍ରୋ ୩୬,୯୯୯ ଟଙ୍କା ବଦଳରେ କେବଳ ୨୯,୯୯୯ ଟଙ୍କାରେ କିଣିବା ପାଇଁ ଉପଲବ୍ଧ ।
ଆପଣ ଆକ୍ସିସ୍ ବ୍ୟାଙ୍କ ସୁପରମନି ଟଙ୍କା ସିସି ୟୁପିଆଇ ନେଣଦେଣରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ମିଳି ପାରିବ । ଏହାସହ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର ମାଧ୍ୟମରେ ଆପଣ ୫ ପ୍ରତିଶତ କ୍ୟାଶ୍ବ୍ୟାକ୍ ହାସଲ କରି ପାରିବେ । ଏହି ଫୋନ୍ଟିକୁ ନୋ କଷ୍ଟ ଇଏମଆଇ ବିକଳ୍ପ ଜରିଆରେ ଫୋନ୍କୁ କିଣାଯାଇପାରିବ । ଅଧିକ ଅଫର୍ ପାଇବା ପାଇଁ ଅନ୍ୟ ଅଫର୍ ଗୁଡିକର ବ୍ୟବହାର କରି ପାରିବେ ।
ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..



