www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍‌ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ଭୟଭୀତ କରିଥାଏ । ବାଘ ନାଁ ଶୁଣିଲେ ଭୟ ଲାଗିବା ସାଧାରଣ କଥା । କେବେ ବାଘ-ମଣିଷର ଲଢେଇ ଦେଖିଛନ୍ତି କି, ଆଜ୍ଞା ହଁ ଲକ୍ଷ୍ମୀପୁର ଖେରିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭୟଭୀତ କରୁଛି । ଏଠାରେ ଧୌରାହରା ବନ ରେଞ୍ଜ ଅନ୍ତର୍ଗତ ବବୁରୀରେ ଏକ କଲରାପତରିଆ ବାଘ ହଠାତ୍‌ ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କ ଆକ୍ରମଣ କରିଥିଲା । ବାଘଟି ହଠାତ୍‌ ଆକ୍ରମଣ କରିବା ମାତ୍ରେ ଶ୍ରମିକ ମଧ୍ୟ ନିଜ ଜୀବନ ରକ୍ଷା କରିବାକୁ ବାଘ ସହ ଲଢେଇ କରିବା ସହ ସଂଘର୍ଷ କରୁଛନ୍ତି ।

- Advertisement -

ଚିତ୍କାର ଶୁଣି ଲୋକେ ଏକାଠି ହେବା ସହ ହଇଚଇ ସୃଷ୍ଟି ହୋଇଥିଲା । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ବାଘଟି ଆକ୍ରମଣ କରିବା ପରେ ଶ୍ରମିକ ଜଣକ ଲଢେଇ କରୁଛନ୍ତି । ଲୋକେ ସେଠାରେ ଏକାଠି ହୋଇ ବାଘକୁ ଇଟା ପଥର ମଧ୍ୟ ମାରୁଛନ୍ତି । ସେଠାରୁ ବିଦା କରିବା ପାଇଁ ଚେଷ୍ଟା କରୁଛନ୍ତି । ଅନେକ ସମୟ ପରେ ବାଘ ଶ୍ରମିକକୁ ଛାଡି ସେଠାରୁ ପଳାଇଥିଲା । ମାତ୍ର ବାଘ ଆକ୍ରମଣରେ ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ମୋହନା ଥାନା ଅଞ୍ଚଳର ଏକ ଗାଁରେ ଏକ ଚିତାବାଘ ଆକ୍ରମଣ କରି ଚାରି ଜଣଙ୍କୁ ଆହତ କରିଥିଲା।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଜୁଲାଇ ୭କୁ ଅପେକ୍ଷା, ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ହେବେ କୋଟିପତି, କିଣିବେ ଘର, ମିଳିବ ସବୁକିଛି..

ପୁଣି ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା ; ମାଆ-ଝିଅଙ୍କ ପ୍ରେମିକ ଜଣେ

ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories