www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା ; ମାଆ-ଝିଅଙ୍କ ପ୍ରେମିକ ଜଣେ

ନୂଆଦିଲ୍ଲୀ : ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ଏଯାଏଁ ଲୋକଙ୍କ ମନରୁ ଲିଭିନି । ସାରା ଦେଶରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚାରେ ରହିଛି । ରାଜାଙ୍କ ପତ୍ନୀ ସୋନମ୍‌ ତାଙ୍କ ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କ ହତ୍ୟା କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଏହା ମଧ୍ୟରେ ତେଲାଙ୍ଗାନା କୁରନୁଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେ କେହି ମଧ୍ୟ ସ୍ତବ୍ଧ ହୋଇଯିବେ । ଏଠାରେ ମାଆ ଓ ଝିଅ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ମାତ୍ର ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥାନରେ ହୋଇଯାଇଥିଲା । ବିବାହର କିଛି ମାସରେ ହିଁ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ପୁଲିସ ଏବେ ଏହି ଘଟଣାର ତଦନ୍ତ ଜାରି ରଖିବା ସହ ଘଟଣାର ପର୍ଦ୍ଦାଫାଶ କରିଛି ।
ମୃତକ ତେଜେଶ୍ୱରଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଅନେକ ଥର ପୂର୍ବରୁ ଚେଷ୍ଟା କରିଛନ୍ତି । ପୁଲିସର ପଚରାଉଚରାରେ ଅନେକ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆଣିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଐଶ୍ୱର୍ଯ୍ୟା ଓ ତାଙ୍କ ମାଆ ସୁଜାତା ବ୍ୟାଙ୍କରେ କାମ କରୁଥିବା ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିଲେ । ସେ ଏବେ ଫେରାର୍‌ ଥିବା ଜଣାପଡିଛି ।

ଐଶ୍ୱର୍ଯ୍ୟା ତେଜେଶ୍ୱରଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ମାସରେ ଥରେ କି ୨ ଥର ନୁହେଁ ବରଂ ୬ ଥର ଚେଷ୍ଟା କରିଥିଲେ । ମାତ୍ର ୫ ଥର ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ । ନିଜ ସ୍ୱାମୀଙ୍କ ବାଇକ୍‌ରେ ଐଶ୍ୱର୍ଯ୍ୟ ଜିପିଏସ ମଧ୍ୟ ଲଗାଇଥିଲେ । ସ୍ୱାମୀଙ୍କ ସୁପାରୀ ଦେଇ ଜିପିଏସ ଦ୍ୱାରା ଲୋକେସନ୍‌ ନେଇ ସୂଚନା ମଧ୍ୟ ଦେଇଥିଲେ । ସୁପାରୀ ପାଇଥିବା ଅଭିଯୁକ୍ତ ଭୂମିର ଯାଞ୍ଚ କରିବା ବାହାନାରେ ତେଜେଶ୍ୱରଙ୍କୁ ଡାକି ବାରମ୍ବାର ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ । ହତ୍ୟାକାରୀଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଥିଲା ବୋଲି ସୂଚନା ମିଳିଛି ।

- Advertisement -

ତେଜେଶ୍ୱରଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କରିଥିଲା । ମାତ୍ର ସନ୍ତୋଷଜନକ ଉତ୍ତର ନମିଳିବାରୁ ସନ୍ଦେହ ବଢିଥିଲା ।
ଐଶ୍ୱର୍ଯ୍ୟା ବିବାହର କିଛି ଦିନ ପୂର୍ବରୁ କାହାକୁ ନକହି ଘରୁ ଚାଲିଯାଇଥିଲେ। ତାଙ୍କ ହଠାତ୍ ନିଖୋଜ ହେବା ପରେ, ତେଜେଶ୍ୱରଙ୍କ ପରିବାର ବିବାହ ଭାଙ୍ଗି ଦେଇଥିଲେ । କିନ୍ତୁ ଐଶ୍ୱର୍ଯ୍ୟା ହଠାତ୍ ଫେରି ଆସି କହିଲେ ଯେ ସେ ବିବାହ ପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ।

ତେଜେଶ୍ୱର ତାଙ୍କୁ ବିଶ୍ୱାସ କରିଥିଲେ। କିନ୍ତୁ ତାଙ୍କ ପରିବାର ଏହି ବିବାହରେ ଖୁସି ନଥିଲେ। ବିବାହର କିଛି ଦିନ ପରେ ତେଜେଶ୍ୱର ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କ ଫୋନ୍‌ରେ ଲଗାତାର କଥାବାର୍ତ୍ତା ଯୋଗୁଁ ତେଜେଶ୍ୱର ମଧ୍ୟ ଅସନ୍ତୁଷ୍ଟ ଥିଲେ। ଶେଷରେ ତେଜେଶ୍ୱରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ଏବେ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ସହ ଘଟଣାର ତଦନ୍ତ ଜାରି ରଖିଛି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଜୁଲାଇ ୭କୁ ଅପେକ୍ଷା, ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ହେବେ କୋଟିପତି, କିଣିବେ ଘର, ମିଳିବ ସବୁକିଛି..

ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories