www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରାବଣ ଦ୍ୱିତୀୟ ସୋମବାରରେ ଦେବଗିରିରେ କାଉଡ଼ିଆଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପଞ୍ଚମୁଖୀ ସ୍ପଟିକ ଶିଵ ଲିଙ୍ଗରେ ଜଳା ଭିଷେକ କରିବା ପାଇଁ ଶ୍ରାବଣ ଦ୍ୱିତୀୟ ସୋମବାର ଦିନ ଦେବଗିରି ପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଆଜି ଦ୍ୱିତୀୟ ସୋମବାର ଦିନ ପାହାନ୍ତାରେ ବିଭିନ୍ନ ଅଞ୍ଚଳରୁ କାଉଡ଼ିଆ ମାନେ ନିଜ ନିଜ ଗାଡ଼ିରେ ଆସି ଦେବଗିରି ନାଳ ବା ନାଗାବଳୀ ଓ କଲ୍ୟାଣି ନଦୀ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା କରି ସେହିଠାରୁ ଜଳ ନେଇ ଦେବଗିରି ୫୫୮ଟି ପାହାଚ ଅତିକ୍ରମ କରି ଛୋଟ ବଡ଼ ଗୋଟିଏ ଉଣା କୋଟିଏ କୁଣ୍ଡ ଦେଖି ଏକ ଗୁମ୍ଫା ମଧ୍ୟରେ ଥିବା ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ। ଉକ୍ତ ପାହାଡ଼ ଉପରେ ମନଲୋଭା ଦୃଶ୍ୟ ଧୋବା ଧୋବୁଣି କୁଣ୍ଡ ମଧ୍ୟ ପରିଦର୍ଶନ କରିଥିଲେ।
ଏହି ସୋମବାର ଦିନ ଉମରକୋଟ, ଜୟପୁର , ଭୁବନେଶ୍ୱର, କଳାହାଣ୍ଡି ,ଧର୍ମଗଡ଼, ଜୁନାଗଡ଼, ଗୁଣୁପୁର, ଜଗତସିଂହପୁର, ବରଗଡ଼, ବିଭିନ୍ନ ଜିଲାର ମାନସିକଧାରୀ କାଉଡ଼ିଆ ମାନେ ଆସି ନିଜ ମନସ୍କାମନା କରି ଜଳାଭିଷେକ କରିଥାନ୍ତି। ଏହି କାଉଡ଼ିଆ ମାନଙ୍କୁ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ଜଳ ପାନ ବ୍ୟବସ୍ଥା କରିଥିଲେ। ଏଥିରେ ମନ୍ଦିର କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ସେହିପରି ଉକ୍ତ ଅଞ୍ଚଳର ଭକ୍ତ ମାନେ ପଞ୍ଚଲିଙ୍ଗରେ ଜଳାଭିଷେକ କରିଛନ୍ତି । ବ୍ଲକ ସମସ୍ତ ଶିଵ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଇଛି ।

ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories