www.samajalive.in
Friday, December 5, 2025
23.1 C
Bhubaneswar

କମିଶନରେଟ୍‌ ପୁଲିସ ହାତରେ ଧରାପଡିଲେ ବନ୍ଧୁକ ବେପାରୀ

ଭୁବନେଶ୍ୱର : କମିଶନରେଟ୍‌ ପୁଲିସକୁ ମିଳିଛି ବଡ ସଫଳତା । ଧରାପଡିଛନ୍ତି ବନ୍ଧୁକ ବେପାରୀ । ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋମବାର କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ନିକଟରୁ ୫ଟି ପିସ୍ତଲ ଜବତ ହୋଇଛି।
ସୂଚନାନୁଯାୟୀ, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏମାନେ ବନ୍ଧୁକ ବେପାର କରୁଥିଲେ । କମିଶନରେଟ୍‌ ପୁଲିସକୁ ଚୋରା ବନ୍ଧୁକ ବେପାର ନେଇ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ଧୁକ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ଏମାନେ ବିହାରରୁ ବନ୍ଧୁକ ଆଣି ଓଡିଶାରେ ବିକ୍ରି କରୁଥିଲେ । ଏମାନେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ମଧ୍ୟ ସକ୍ରିୟ ଥିଲେ। ବିଭିନ୍ନ ଅପରାଧୀଙ୍କ ସହ ମଧ୍ୟ ଜଡିତ ଥିବା ଜଣାପଡିଛି । ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories