ଲୋକସଭାରେ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବଜେଟ ଉପରେ ଆଲୋଚନା ହୋଇଛି । ଆଲୋଚନାରେ ବେଳେ ବଜେଟ ଉପରେ ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ବଜେଟ ଭେଦଭାବପୂର୍ଣ୍ଣ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ବଜେଟରେ କେବଳ ଦୁଇଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଘୋଷଣା କରାଯାଇଛି । ଏହି ବଜେଟ ମଧ୍ୟବିତ୍ତବର୍ଗଙ୍କୁ ସରକାର ପିଠିରେ ଛୁରୀ ଭୁସିଲା ଭଳି କାମ କରିଛନ୍ତି । ରାହୁଲ କହିଛନ୍ତି ଯେ ଏହି ବଜେଟ ପୂର୍ବରୁ ମଧ୍ୟବିତ୍ତମାନେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିଲେ । ହେଲେ ବଜେଟ ପରେ ସେମାନଙ୍କ ପିଠିରେ ଛୁରାମାଡ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା କରିପାରୁ ନାହାଁନ୍ତି ।

Comments are closed.