Patra electronics

ଦେଖନ୍ତୁ ଭିଡିଓ ; ଗୋଟିଏ ସେଲଫି ପାଇଁ କେମିତି ମୃତ୍ୟୁକୁ ଡାକୁଛନ୍ତି ଯୁବକ..

ନୂଆଦିଲ୍ଲୀ : କିଛି ଲୋକେ ଭାଇରାଲ୍‌ ହେବା ପାଇଁ ଏଭଳି କିଛି କରି ଥାଆନ୍ତି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ,ଭୟଭୀତ ମଧ୍ୟ ଲାଗି ଥାଏ । ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିବେ ନାହିଁ । ଜଣେ ଯୁବକ ଏଭଳି ଏକ ଷ୍ଟଣ୍ଟ କରିଛନ୍ତି, ଯାହାକୁ ଦେଖି ଚମକିପଡିବା ସାଧାରଣ କଥା । ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।


ଭିଡିଓରେ ଦେଖିପାରିବେ, ଜଣେ ଯୁବକ ସହରର ସବୁଠାରୁ ବଡ ଅଟ୍ଟାଳିକାରେ ଚଢି ଯାଉଛନ୍ତି । ଅଟ୍ଟାଳିକାର ଛାତକୁ ଯାଉଛନ୍ତି । ଛାତର ଧାରକୁ ଯାଇ ଚାଲୁଛନ୍ତି । ଭିଡିଓ ଦେଖି ଏପରି ଜଣାପଡୁଛି, ଯେପରି ସେ କୌଣସି ଷ୍ଟଣ୍ଟ କରିବାକୁ ଯାଉଛନ୍ତି ।ଯୁବକ ଜଣକ ସେଠାରେ ଠିଆ ହୋଇ ସେଲଫି ନେଉଥିବା ଦେଖାଯାଉଛି । ସେଲଫି ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଜଣାପଡୁଛି । ସେଲଫି ପାଇଁ ଛାତର ଧାରରେ ବସୁଛନ୍ତି ।ଏହାପରେ ଫଟୋ ଉଠାଉଛନ୍ତି । ମାତ୍ର ସାମାନ୍ୟ ଭୁଲ୍‌ ପାଇଁ ମଧ୍ୟ ଯୁବକଙ୍କ ଏହା ଶେଷ ସେଲଫି ହୋଇପାରେ ।

ଅଗଷ୍ଟରେ ୪ ଗ୍ରହଙ୍କ ଚଳନ : ଏହି ୫ ରାଶି ହେବେ ଭାଗ୍ୟଶାଳୀ,ମିଳିବ ଧନ, ବଢିବ ଦରମା..

ଭିଡିଓ ଶେୟାର କରାଯିବା ପରେ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଲୋକେ ଭିଡିଓକୁ ଦେଖି କ୍ରୋଧ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି, ଭାଇରାଲ୍‌ ହେବା ପାଇଁ ଲୋକେ ନିଜ ଜୀବନକୁ ବିଦପରେ ପକାଉଛନ୍ତି । ଭିଡିଓକୁ ଦେଖି ଅନେକ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!

Comments are closed.