www.samajalive.in
Saturday, December 6, 2025
14.1 C
Bhubaneswar

ଆସିଲା ମଧୁମିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ

ସମାଜ ଡିଜିଟାଲ ଡେସ୍କ: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ଶରୀରରେ ଏକାଧିକ କ୍ଷତ ଯୋଗୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା ଜଣାପଡ଼ିଛି। ଗତ ୨୨ ତାରିଖ ସନ୍ଧ୍ୟା​‌ରେ ଭୁବନେଶ୍ଵରର ଏକ ଓ୍ବେବ ଚ୍ୟାନେଲରେ କାର୍ଯ୍ୟ କରୁଥିବା ମଧୁମିତା ବାପୁଜୀନଗର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଟ୍ରେନ ଧକ୍କାରେ ତାଙ୍କ ଶରୀର କ୍ଷତବିକ୍ଷତ ହୋଇଯାଇଥିଲା।

ଆତ୍ମହତ୍ୟା ପୂର୍ବରୁ ସେ ଏକ ଲାଇଭ ଭିଡିଓ କରି ନିଜ ମୃତ୍ୟୁ ପାଇଁ ସ୍ଵାମୀ ଶ୍ରୀଧରଙ୍କୁ ଦାୟୀ କରିଥିଲେ। ସେ ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିବାବେଳେ ଶ୍ରୀଧର କିପରି ତାଙ୍କ ସହିତ ପ୍ରତାରଣା କରି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିଲେ ସେ ନେଇ ମଧୁମିତା ଭିଡିଓରେ ଜଣାଇଥିଲେ। ଗତ ମାର୍ଚ୍ଚ ମାସରେ ଉଭୟଙ୍କ ବିବାହ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଶ୍ରୀଧରଙ୍କୁ ଗିରଫ କରିଛି। ଶ୍ରୀଧର ବାୟୁସେନାରେ ଚାକିରି କରିଥିବାରୁ ବାୟୁସେନା ଅଧିକାରୀ କମିଶନରେଟ ପୁଲିସ ସହିତ ଯୋଗା​‌ଯୋଗ କରି ମାମଲା ବିଷୟରେ ତଥ୍ୟ ସଂଗ୍ରହ କରିଛି। ଏହା ସହିତ ପୁଲିସ ମଧୁମିତାଙ୍କ ସହିତ ଅଭିଯୁକ୍ତ ଶ୍ରୀଧରଙ୍କ ମୋବାଇଲ ଫୋନକୁ ଯାଞ୍ଚ ପାଇଁ ଫୋରେନସିକ ପରୀକ୍ଷାଗାରକୁ ପଠାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories