www.samajalive.in
Saturday, December 6, 2025
23.1 C
Bhubaneswar

ରତ୍ନଭଣ୍ଡାରରୁ କଢ଼ାଯିବ ଖାଲି ଆଲମିରା, ତଦାରଖ କମିଟି ବୈଠକରେ ନିଷ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସୋମବାର ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ଶେଷ ହେବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାରରେ ରହିଥିବା ଖାଲି ଆଲମିରାଗୁଡ଼ିକୁ ବାହାର କରାଯିବ। ଶ୍ରୀମନ୍ଦିର ପ୍ରଶାସନ ରୁମ ନିର୍ଦ୍ଧାରଣ କରିସାରିଛି। ସେଠାକୁ ଏହି ଆଲମିରା ସ୍ଥାନାନ୍ତର କରାଯିବ। ଏହି ବିଷୟ ଏସଓପିରେ ନ ଥିଲା। ଏ ନେଇ ସରକାରଙ୍କୁ ଜଣାଇଛୁ। ଯଦି ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକୁ ମରାମତି କରାଯିବ। ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ବ ଦେଉଛୁ। ଭବିଷ୍ୟତରେ ଯେପରି ଦ୍ବନ୍ଦ୍ବ ନ ଆସିବ ତାହାକୁ ପ୍ରାଥମିକତା ଦିଆଯାଉଛି। ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରିବା ପାଇଁ କୁହାଯାଇଛି ବୋଲି ଜଷ୍ଟିସ ରଥ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯଦି କିଛି ପାଇବା ଆଗକୁ ବଢ଼ିବା, ନଚେତ ରତ୍ନଭଣ୍ଡାର ମରାମତି କରିବା। ପରିଚାଳନା କମିଟି ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିବ। ସରକାର ଏଏସଆଇ ସହିତ ମଧ୍ୟ ଏ ନେଇ କଥାବାର୍ତ୍ତା କରିବେ। ଯାହା ଉତ୍କୃଷ୍ଟ ଏବଂ ଉପାଦେୟ ତାହା କରାଯିବ। ମନ୍ଦିର ଢାଞ୍ଚା ଉପରେ ଯେପରି ସମସ୍ୟା ନ ହେବ ତାହା ଗୁରୁତ୍ବପୂର୍ଣ୍ଣ। ଆମ ପାଇଁ ସମୟ ଗୁରୁତ୍ବପୂର୍ଣ୍ଣ ନୁହେଁ, ଟେକ୍ନୋଲୋଜି ଗୁରୁତ୍ବପୂର୍ଣ୍ଣ। ରତ୍ନ ଗଣତିମଣତି ପାଇଁ ସମୟ ଆସିନାହିଁ ବୋଲି ରଥ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଏବଂ ସେବାୟତ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories