ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ୍ ଜାରି ହୋଇଛି । ସୁକିନ୍ଦାରୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି ପ୍ରଦୀପବଳ ସାମନ୍ତ । ନିର୍ବାଚନୀ ସତ୍ୟପାଠରେ ଅପରାଧିକ ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବତନ ସୁକିନ୍ଦା ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡାଇ ଏହି ଅଭିଯୋଗ କରିଥିଲେ । ଏହି ମାମଲାରେ ମନ୍ତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ ।
Comments are closed.