www.samajalive.in
Sunday, December 7, 2025
26.1 C
Bhubaneswar

ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା; ଆଉ ୫ ଗିରଫ , ମୋଟ ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ  ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ଆଇଏଏସ କୋଚିଂ ସେଣ୍ଟର ‘ରାଓଜ୍‌ ଷ୍ଟଡି ସର୍କଲ’ର ବେସ୍‌ମେଣ୍ଟ ରେ ହଠାତ୍‌ ପାଣି ପଶିଯାଇଥିଲା। ଯାହାଫଳରେ ସେଠାରେ ଉପସ୍ଥିତ ଥିବା କିଛି ଛାତ୍ରଛାତ୍ରୀ ପାଣିରେ ବୁଡିଯାଇଥିଲେ। ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍‌ ଯବାନମାନେ ଘଟଣାସ୍ଥଳରୁ ଦୁଇଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ରବିବାର ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପୁଲିସ୍ ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବର୍ତ୍ତମାନ୍ ମୋଟ୍ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି। ସୂଚନାଯୋଗ୍ୟ ଏହି କୋଚିଂ ସେଣ୍ଟରର ତଳ ମହଲାରେ ଲାଇବ୍ରେରୀ ରହିଥିଲା। ମୁଖ୍ୟ ରାସ୍ତାରୁ କୋଚିଂ ସେଣ୍ଟରଟି ପ୍ରାୟ ଆଠ ଫୁଟ ତଳେ ଅବସ୍ଥିତ ଥିଲା। ବର୍ଷା ପାଣି ଡ୍ରେନ୍‌ରେ ପ୍ରବାହିତ ହେଉଥିବାବେଳେ ହଠାତ୍‌ ଲାଇବ୍ରେରୀର କବାଟ ଭାଙ୍ଗିଯିବାରୁ ପ୍ରଖର ସ୍ରୋତରେ ପାଣି ମାଡିଆସିଥିଲା। ଦୁର୍ଘଟଣା ସମୟରେ ଲାଇବ୍ରେରୀରେ ୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ୧୭ ଜଣ କୌଣସି ପ୍ରକାରେ ଜୀବନ ବଞ୍ଚାଇ ବାହାରକୁ ପଳାଇବାରେ ସମର୍ଥ ହୋଇଥିଲେ। ତେବେ ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ତେଲଙ୍ଗାନାର ତାନିଆ ସୋନି, ଉତ୍ତର ପ୍ରଦେଶର ଶ୍ରେୟା ଯାଦବ  ଏବଂ କେରଳର ନବୀନ ଡାଲୱିନ । ମୃତକମାନେ ଦୀର୍ଘ ୪ ଘଣ୍ଟା ପାଣିରେ ବୁଡି ରହିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଲାଇବ୍ରେରୀର ଟେବୁଲ ଚୌକିଗୁଡିକ ପାଣିରେ ଭାସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories