www.samajalive.in
Saturday, December 6, 2025
23.1 C
Bhubaneswar

ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇବା ଘଟଣା; ତଦନ୍ତ କରାଯାଇ ହେବ କାର୍ଯ୍ୟାନୁଷ୍ଠାନ- କର୍ତ୍ତୃପକ୍ଷ

ବୁର୍ଲା: ବଢିଲା ହୀରାକୁଦ ଡ୍ୟାମ ସୁରକ୍ଷା ଚିନ୍ତା । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ । ଡ୍ରୋନ ଉଡାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରାଥମିକ ତଦନ୍ତ କରାଯିବା ସହ ଏହାର ସତ୍ୟସତ୍ୟ ଯାଞ୍ଚ ହେବ । ସୁରକ୍ଷା ଦାୟିତ୍ୱରେ ଥିବା ଓଆଇଏସଏଫର କମାଣ୍ଡେଣ୍ଟାଙ୍କୁ ନେଇ ଚିଠି ଲେଖାଯିବ ବୋଲି ହୀରାକୁଦର ମୁଖ୍ୟଯନ୍ତ୍ରୀ ହେମନ୍ତ ପାଣ୍ଡବ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଆଜି ଗୋଟ୍ ଖୋଲାଯାଇଥିବା ବେଳେ ଜଣେ ଓଡ଼ିଆ ବ୍ଲଗର ଡ୍ରୋନ ଉଠାଇବା ସହ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଡ୍ୟାମର ସବୁ ପ୍ରକାର ଫଟୋ ନେଇ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଫଳରେ ଡ୍ୟାମ୍ ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ମିଷ୍ଟର ଓଡ଼ିଆ ବ୍ଲଗର ନାମକ ଜଣେ ଯୁବକ ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି । ହୀରାକୁଦ ଜଲଭଣ୍ଡାର ସୁରକ୍ଷା ଏବେ ଆଇଏସଏଫ ହାତରେ ରହିଛି । ଡ୍ୟାମ୍ କର୍ତ୍ତୃପକ୍ଷ ଏହି କଥା କୁ ଜାଣି ନଜାଣିଲା ପରି ହେଉଛନ୍ତି । ଯଦି ଗଣମାଧ୍ୟମ ଡ୍ୟାମ୍ ନିକଟକୁ ଯାଇ ପାରିବେ ନାହିଁ ତାହେଲେ ଜଣେ ବ୍ଲଗର ଡ୍ୟାମ୍ ନିକଟକୁ ଯାଇ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ କିପରି ଛାଡିଲେ ଏନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।

 

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories