www.samajalive.in
Sunday, December 7, 2025
23.1 C
Bhubaneswar

ଶିମିଳିପାଳରେ ହେବ କଳାବାଘ ସଫାରୀ

ମୟୁରଭଞ୍ଜ : ଶିମିଳିପାଳରେ ହେବ କଳାବାଘ ସଫାରୀ। ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି । ଏନେଇ ସୋମବାର ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ସୂଚନା ମିଳିଛି । ସେଣ୍ଟ୍ରାଲ ଜୁ ଅଥୋରିଟିରୁ ଅନୁମତି ମିଳିଥିବା ସେ କହିଛନ୍ତି । ବାରିପଦା ନିକଟସ୍ଥ ମଞ୍ଚାବେଡାରେ ହେବ ବାଘ ସଫାରୀ । ୧୦୦ ଏକର ଜାଗାରେ ସଫାରୀ ହେବ। ନନ୍ଦନକାନନରେ ଥିବା କଳା ଜିନ୍‌ ବାଘକୁ ସେଠାରେ ଛଡାଯିବ । ଚଳିତବର୍ଷ ଶେଷ ସୁଦ୍ଧା ଏହି ସଫାରୀ ପର୍ଯ୍ୟଟଙ୍କ ପାଇଁ ଖୋଲାଯିବ।

ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!

- Advertisement -

ସୂଚନାନୁଯାୟୀ, ଦେଶର ପ୍ରଥମ କଳାବାଘ ସଫାରୀ ପାଇଁ ସିଜେଡିଏ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏଥିପାଇଁ ସଫାରୀ ଡିଜାଇନକୁ ଅନୁମୋଦନ ମିଳିଛି । ସପ୍ତାହେ ମଧ୍ୟରେ ଚୂଡାନ୍ତ ଅନୁମୋଦନ ମିଳିବ । ୧୦୦ ହେକ୍ଟର ପରିବ୍ୟାପ୍ତ ଅଞ୍ଚଳରେ ନୂଆ ସଫାରୀ ହେବ । ଚିଡିଆଖାନା ସହ ବାଘଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ରହିବ । ନନ୍ଦନକାନନରୁ ସଫାରୀକୁ କଳାବାଘ ଯିବେ । ଏଥିପାଇଁ ଜାନୁଆରୀ ମାସରେ ଏନଟିସିଏର ଅନୁମୋଦନ ମିଳିଥିଲା ।କଳାବାଘ ସଫାରୀ ପାଇଁ ବିଜେଡି ସରକାର ଅନୁମୋଦନ ଦେଇଥିଲେ । ବାଘଙ୍କ ପାଇଁ ଓଡିଶା ଏବେ ପ୍ରକୃଷ୍ଟ ସ୍ଥାନ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories