www.samajalive.in
Sunday, December 7, 2025
14.1 C
Bhubaneswar

କଲ୍ୟାଣସିଂହପୁରରେ ମ୍ୟାଲେରିଆ, ଡେଙ୍ଗୁରେ ବହୁ ଆକ୍ରାନ୍ତ ; ଲୋକେ ଭୟଭୀତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡେଙ୍ଗୁରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉକ୍ତ ଅଞ୍ଚଳରେ ବହୁଦିନ ଧରି ଅପରିଷ୍କାର ପାନୀୟ ଜଳ ବ୍ୟବହାର ଓ ପରିବେଶ ପରିଚ୍ଛନ୍ନତା ରହି ନଥିବାରୁ କଲ୍ୟାଣସିଂହପୁର ସଦରରେ ବହୁ ଲୋକ ମ୍ୟାଲେରିଆ, ଟାଇଫଡ, ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ରାୟଗଡା, ବ୍ରହ୍ମପୁର, ଭୁବନେଶ୍ୱର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ଯାଇ ଚିକିତ୍ସିତ ହୋଇ କେତେ ଲୋକ ଫେରିଥିବା ବେଳେ ଆଉ କେତେ ଲୋକ ଚିକିତ୍ସିତ ହେଉଥିବା ଜଣାପଡିଛି।

ସଦରରେ ନାଳନର୍ଦ୍ଧମା ସଫା କରାଯାଉନାହିଁ, କି ବ୍ଲିଚିଙ୍ଗ୍‌ ସିଞ୍ଚନ କରାଯାଉନାହିଁ । ଯାହା ଦ୍ୱାରା ମଶାଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି । ଗାଈଗୋରୁଙ୍କୁ ବାହାରେ ଛାଡି ଦେଉଥିବା ଯୋଗୁଁ ରାସ୍ତାଘାଟ ମଧ୍ୟ ଅସନା ହୋଇରହୁଛି । ଉକ୍ତ ବ୍ଲକରେ ସ୍ଵଜଳ ଧାରା ରହିଥିଲେ ମଧ୍ୟ ଲୋକଙ୍କୁ ନଦୀର ଜଳ ଯୋଗାଣ କରାଯାଉଛି। ତାହାକୁ ଫିଲଟର କରି ଛାଡିବା କଥା କିନ୍ତୁ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସ୍ଵଜଳ ଧାରାରେ ଫିଲଟର ନ ଲଗାଇ ଛାଡି ଦେଇଛନ୍ତି । ଯାହା ଫଳରେ ନଦୀର ଗୋଳିଆ ପାଣି ଯୋଗାଣ କରାଯାଉଛି ।ଏହି ଗୋଳିଆ ପାଣିକୁ ଲୋକମାନେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

- Advertisement -

ତେଣୁ ଅଞ୍ଚଳରେ ଲୋକମାନେ ଜ୍ଵରରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି କିଟରେ ରକ୍ତ ନମୁନା ପରୀକ୍ଷା କଲେ କିଛି ଲୋକଙ୍କର ମ୍ୟାଲେରିଆ, ଆଉ କିଛି ଲୋକଙ୍କ ସାମାନ୍ୟ ଥଣ୍ଡା ଜ୍ଵର ,ଆଉ କିଛି ଲୋକଙ୍କର କୀଟରେ ପରୀକ୍ଷା କଲେ ତାହାଙ୍କୁ ସନ୍ଦେହ କରି ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଉଛନ୍ତି। ସେହିଠାରେ ରୋଗୀ ପୁଣି ରକ୍ତ ପରୀକ୍ଷା କରିବା ପରେ ସେମାନଙ୍କ ଡେଙ୍ଗୁ ର ଲକ୍ଷଣ(ପଜିଟିଭ) ବାହାରିଲେ ସେମାନେ ରାୟଗଡା ନଚେତ ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ ଡେଙ୍ଗୁରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ବର୍ତ୍ତମାନ ଅଞ୍ଚଳରେ ଭୟଭୀତ ହେଉଛନ୍ତି। ଉକ୍ତ ଅଞ୍ଚଳରେ ପଞ୍ଚାୟତ ପକ୍ଷରୁ ପ୍ରତ୍ୟେକ ସାହିର ଡ୍ରେନ ସଫେଇ କରିବା ପାଇଁ ସାଧାରଣରେ ଦାବୀ ହେଉଛି । କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୌଣସି ଡେଙ୍ଗୁ ଆକ୍ରାନ୍ତ ରୋଗୀ ଆସିନାହାଁନ୍ତି। ସେମାନେ ଜ୍ଵର ହେଲେ ଘରୋଇ ଚିକିତ୍ସା କରି ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହିଠାକୁ ରୋଗୀ ଆସିଲେ ସେମାନଙ୍କର ପିଭିସି ପରୀକ୍ଷା କରିବା ପରେ ଡେଙ୍ଗୁ ଚିହ୍ନଟ ହେବା ଜାଣି ରାୟଗଡା ଚିକିତ୍ସାଳୟକୁ ପଠାଇ ଦିଆଯାଉଛି ବୋଲି କହିଛନ୍ତି। ଉକ୍ତ ବ୍ଲକ ମ୍ୟାଲେରିଆ ଅଞ୍ଚଳ ହୋଇଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories