କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଅବ୍ୟବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଉକ୍ତ କେନ୍ଦ୍ରଟି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରହିଥିବା ବେଳେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଉକ୍ତ ଗୃହକୁ ଶବ ନେଇ ଯିବାକୁ ହେଲେ ରାସ୍ତା ନାହିଁ କି ଶବ ବ୍ୟବଚ୍ଛେଦ ପାଇଁ ଆଣିଥିବା ଲୋକଙ୍କ ନିମନ୍ତେ ରହଣି ଘର ନାହିଁ। ଲୋକ ମାନେ ଆସି ଖରା ବର୍ଷାରେ ବାହାରେ ଭିଜି ରହୁଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ଗୃହର ଛାତରୁ ପାଣି ଗଳିବା ସହ ଅବ୍ୟବସ୍ଥାରେ ରହିଛି ।ତାହା କେତେ ବେଳେ ଭୁଶୁଡି ପଡିବ କହି ହେବ ନାହିଁ। ସେଥିପାଇଁ ଉକ୍ତ ଗୃହର ବାରଣ୍ଡାରେ ଶବ ବ୍ୟବଚ୍ଛେଦ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ତୁରନ୍ତ ମରାମତି କରିବା ସହ ଗୃହର ସମ୍ମୁଖ ସଫାକରିବା ପାଇଁ ସାଧାରଣରେ ଦାବି ହୋଇଛି ।
Popular Categories



