ବେଳକଣା ସେବାଶ୍ରମର ୧୫ ଛାତ୍ରଛାତ୍ରୀ ମ୍ୟାଲେରିଆ ପଜିଟିଭ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ବେଳକଣା ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମରେ ୧୫ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ରାୟଗଡ଼ାଠାରୁ ଏକ ଦଳ ବେଳକଣା ସେବାଶ୍ରମରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଜ୍ଵର ହୋଇଥିବାରୁ ମୋଟ ୧୧୮ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରିବାରୁ ୧୫ ଜଣଙ୍କର ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଅନ୍ୟ ୧୦୩ ଜଣଙ୍କ ଲକ୍ଷଣ ନଥିବା କହିଛନ୍ତି ।

ସେହିପରି ଗତକାଲି ଅଞ୍ଚଳବାଡ଼ିରେ ୨୦୭ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରିବାରୁ ୧୦୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେଥିରୁ ୧୫ଙ୍କ ଲକ୍ଷଣ ରହିଥିବା ବେଳେ ୮୮ଜଣଙ୍କ ଲକ୍ଷଣ ନ ଥିବା କହିଛନ୍ତି । ଖରା ଛୁଟି ସରିବା ପରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସି ମ୍ୟାଲେରିଆ ଜ୍ବରରେ ଆକ୍ରାନ୍ତ ହୋଇ ପଡିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ସେବାଶ୍ରମରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି । ତୁରନ୍ତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରିବା ଆବଶ୍ୟକ ହୋଇପଡିଛି । ଏ ବିଷୟରେ ମ୍ୟାଲେରିଆ ଅଧିକାରୀ ଶ୍ରୀବାସ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ପ୍ରତ୍ୟେକ ସେବାଶ୍ରମକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷା କରି ଚିକିତ୍ସା କରାଯିବ । ବର୍ତ୍ତମାନ ଦୁଇଟି ବିଦ୍ୟାଳୟରେ ଆରମ୍ଭ କରାଯାଇଛି ।

Comments are closed.