କୀଟନାଶକ ଔଷଧ ଖାଇ ଯୁବକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଶାନ୍ତିନଗର ଗ୍ରାମର ଯୁବକ ସୁରେଶ କର୍ଲିଆ (୩୪)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ କହିବା ଅନୁଯାୟୀ ଘରୋଇ କଳି ଯୋଗୁଁ ସୁରେଶ କୀଟନାଶକ ଔଷଧ ଖାଇଦେଇ ଥିଲା । ତାହାକୁ ପରିବାର ଲୋକେ ପ୍ରଥମେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥାରେ ଗୁରୁତର ରହିଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଦେଇଥିଲେ  । ଶୁକ୍ରବାର ତାର ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ ଥାନାଏସ ଆଇ ସଞ୍ଜୟ କୁମାର ମୁର୍ମୁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ  ଜବତ ପରେ ବ୍ୟବଚ୍ଛେଦ କରାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଏ ସଂକ୍ରାନ୍ତରେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି।

Comments are closed.