କଲ୍ୟାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ  ଜଳ ସମ୍ପଦ ବିଭାଗ ଦ୍ଵାରା ଡ଼ଙ୍ଗାମୁଣ୍ଡି ଠାରେ କରାଯାଇଥିବା କଲ୍ୟାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନୂତନ ପାଇପ ଲାଇନ ଜଳସେଚନ ଯୋଜନା ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା  ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର ରାଓ,ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା,ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ ର ଉପଦେଷ୍ଟା ସୁଧୀର ଦାସ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପସଭାପତି ବନମାଳୀ କାଡ୍ରାକା, କ ଜୋନର ଜିଲାପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ ,ଖ ଜୋନ ର  ଜିଲା ପରିଷଦ ସଦସ୍ୟ ଭୂମି ଗୌରୀ ଦେବୀ ,ବିଡ଼ିଓ ରାଜୀବ ଦାସ, ତହସିଲଦାର ରଞ୍ଜନ ମାନସେଠ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, କ୍ଷୁଦ୍ର ଜଳସେଚନ ବିଭାଗ ର ଜିଲା ନିର୍ବାହୀ ଯନ୍ତ୍ରୀ କୁମାର ସୁଧାକର, କୋଲନରା ଜିଲାପରିଷଦ ଧବଳେଶ୍ବର ନାଇଡୁ, ଏସ ଡି ପି ଓ ରଶ୍ମିରଞ୍ଜନ ସେନାପତି ,ଥାନା ଅଧିକାରୀ ସୁମନ୍ତି ମହାନ୍ତି ।
ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ,ମହାସଂଘର ସଭାପତି ସମ୍ପାଦିକା ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦଳୀୟ କର୍ମୀ ନେତା, ବ୍ଲକ ବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ ।ଉକ୍ତ କଲ୍ୟାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରେ ନୂତନ ପାଇପ ଲାଇନ ଜଳସେଚନ ଦ୍ୱାରା ରାୟଗଡା ଜିଲାର ୧୪ଟି ଓ କଳାହାଣ୍ଡି ର ୨ଟି ଗ୍ରାମର ଚାଷୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

Comments are closed.