କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଛାଡ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ଯାଏ ଋଣ ଦେବା ବଡ ଘୋଷଣା କରିବା ସହ ଆଜି ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ସବୁ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ କରିଛନ୍ତି । ଏହି ଅବସରରେ କଲ୍ୟାଣସିଂହପୁର ବ୍ଲକରେ ଥିବା ୧୦୬୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୨୫୫ଟି ଗୋଷ୍ଠୀକୁ ସୁଧ ଫେରସ୍ତ ହୋଇଛି ।ସେଥି ମଧ୍ୟରୁ ମେଳାରେ ୩୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସୁଧ ଟଙ୍କା ଚେକ ମଧ୍ୟରେ ଅତିଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ , ସମସ୍ତ ଗ୍ରୁପର ମହିଳା ମାନଙ୍କୁ ଶାଢ଼ୀ ବାବଦକୁ ୧୦୦୦ଟଙ୍କା ଲେଖାଏଁ ନିଜ ନିଜ ବ୍ୟାଙ୍କ ଜମା ଖାତାକୁ ଯିବ,ପିଏ ଏଫଇସି ସଭ୍ୟ ଓ ଜିପିଏଲଏଫ ସଭ୍ୟ ବ୍ଲେଜର ପାଇଁ ୨୦୦୦ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଅତିଥି ମାନେ କହିଥିଲେ ।
ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜ ସେବୀ କେ ମାଧବ ରାଓ ,ସମିତି ସଭ୍ୟା କୁନାକା ପଦ୍ମା, ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ମନୋଜ କୁମାର ବେହେରା, ସିଡିପି ଓ ମମତା ରାଣୀ ଦାସ, ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ ,ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ,ସହକାରୀ ମତ୍ସ୍ୟ ଅଧିକାରୀ କାଳିଆ ବାଉରୀ ,ମାଝୀଗୁଡା ସମିତି ସଭ୍ୟ ସୂର୍ଯ୍ୟମଣି ନାଣକା , ମାଝୀଗୁଡା ସରପଞ୍ଚ ଶାନ୍ତି କଣ୍ଡାଗରୀ , ବିପିଏମ ଅବଦୁଲ କରିମ, ବିପିସି ପ୍ରିୟଙ୍କା ପ୍ରିୟଦର୍ଶୀ ମୂଲିଆ, ବିପିଏ ପ୍ରକାଶ ବିଡିକା ,ବ୍ଲକ ମହାସଙ୍ଗ ର ସଭାପତି ପୁଷ୍ପା କୁମାରୀ ପଣ୍ଡା ,ସମ୍ପାଦିକା ସୁମିତ୍ରା ବିବର, ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣା ତାଣ୍ଡି ,ମିନିବ୍ୟାଙ୍କର କ୍ଷେତ୍ରଅଧିକାରୀ ସିଲା ନିରଞ୍ଜନ ମଞ୍ଚାସିନ ରହିଥିଲେ ।
ଏହାକୁ ଶିଶୁ ସମ୍ମନିତବିକାଶ ଯୋଜନାର ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସଗ୍ରାମ ସିଂ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ।ବ୍ଲକ,ଓଏଲଏମ, ମିଶନ ଶକ୍ତି କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହିଥିଲେ ।
Comments are closed.