www.samajalive.in
Tuesday, December 9, 2025
15.1 C
Bhubaneswar

ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ, ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟଳିଳା ବଡ଼ ଦୁର୍ଘଟଣା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି। ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ଏହା କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ କେହି ମୃତାହତ ହୋଇନାହାନ୍ତି।

ଘଟଣାରୁ ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ପକ୍ଷରୁ ଆମ୍ବୁଲାନ୍ସ କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ଧରି ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଖାଲି ଗାଡି ନେଇ କଲ୍ୟାଣସିଂହପୁର ଫେରିବା ସମୟରେ ଏକ ସବ୍ ରାସ୍ତାରେ ଯିବା ପାଇଁ ଆମ୍ବୁଲାନ୍ସଟି ଉଦ୍ୟମ କରିଥିଲା। ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ମାଲବାହୀ ଟ୍ରେନ ଆସୁଥିଲା ଏବଂ ଦୁର୍ଘଟଣା ଘଟିଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇଛି। ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories