ପ୍ଲାଷ୍ଟିକ ବର୍ଜନ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଶୋଭାଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏ ଅବସରରେର ବନ ବିଭାଗ ତରଫରୁ ସଦରର କାଳୀ ସୁନ୍ଦରୀ ମନ୍ଦିର ଛକ ଠାରୁ ବନ ବିଭାଗର ସମସ୍ତ କର୍ମଚାରି, ସିଆରପିଏଫ ଯବାନ ସ୍ଥାନୀୟ ସବୁଜ ବାହିନୀର କାର୍ଯ୍ୟକର୍ତ୍ତା ଓ ଯୁବପିଢ଼ିଙ୍କ ମିଳିତ ଉଦ୍ୟମରେ ଏକ ଶୋଭାଯାତ୍ରାରେ ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ଅବସରରେ ପୋଷ୍ଟର ଧରି ଅଂଶଗ୍ରହଣକାରୀ ପ୍ଲାଷ୍ଟିକ ବର୍ଜନ, ବନ୍ୟଜନ୍ତୁ ସୁରକ୍ଷା, ବନ୍ୟ ପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ ସହିତ ପରିବେଶ କିଭଳି ଭାବରେ ସୁରକ୍ଷା ରହିପାରିବ ସେବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥଇଲେ। ଶୋଭାଯାତ୍ରାକାରୀ ମୁଖ୍ୟ ବଜାରର ରାସ୍ତା ପରିକ୍ରମା କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।

prayash

ଶୋଭାଯାତ୍ରା ପରେ ପୁରୁଣା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ କରାଯାଇଥିଲା। ଏଥିରେ ବନାଞ୍ଚନ ଅଧିକାରୀ ଚନ୍ଦନ ଗମାଙ୍ଗ ଅଧ୍ୟକ୍ଷତାରେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ମୁଖ୍ୟ ଅତିଥି ଭାବେ ରହିଥିଲେ। ବକ୍ତା ଭାବେ ଶିକ୍ଷକ ଶ୍ରୀଧର ପଟ୍ଟନାୟକ ରହିଥିବା ବେଳେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସମାଜ ସେବୀ ବିରେନ୍ଦ୍ର କୌଶଲ୍ୟା, ସିହେଚ ନାଗେଶ୍ୱର ରାଓ, ଆପୁଲୁ ସ୍ୱାମୀ କୌଶଲ୍ୟା, ସିଆରପିଏଫ ଇନିସ୍ପେକ୍ଟର କୁଶଲ ସିଂ,ଅଶୋକ କୁମାର ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବନ ପାଳ ନମିତା ବିଡ଼ିକା, ସହଦେଵ ରାଉତ, ବନରଖି ଅକ୍ଷୟ କୁମାର ମିଶ୍ର, ଗାର୍ଡ ସୂର୍ଯ୍ୟ ପ୍ରକାଶ ପଟନାୟକ, ସୁବା ଶବର ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.