କଲ୍ୟାଣସିଂହପୁର: ସମ୍ବଲପୁର ସହରରେ ହିନ୍ଦୁ ଭାଇମାନଙ୍କ ଉପରେ ଯେଉଁଭଳି ଭାବେ ବିଧର୍ମୀମାନଙ୍କ ଦ୍ୱାରା ଆକ୍ରମଣ କରାଗଲା ଏବଂ ଜଣେ ହିନ୍ଦୁ ଭାଇଙ୍କୁ ହତ୍ୟା କରାଗଲା ଏହା ଏକ ଦେଶଦ୍ରୋହୀ କାର୍ଯ୍ୟକଳାପ। ତେବେ ଏହି ଘଟଣାର ସମସ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାରା ଓଡ଼ିଶାରେ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ହିନ୍ଦୁ ସମାଜ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଡିଓ ସୁନୀଲ ଖରା ଅନୁପସ୍ଥିତ ରହିଥିବା ଯୋଗୁଁ ଜିପିଓ ମାନସ ରଞ୍ଜନ ପ୍ରଧାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ କ୍ରାନ୍ତି ସ୍ଵରୁପାନଦ ଗିରି ମହାରାଜ, ସାମାଜିକ କର୍ମୀ ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ କୁମାର ବଛା, ଡାକୁଜି ଶିବ ଆଚରି, କୃଷ୍ଣ ଚନ୍ଦ୍ରସାମଲ, ରଞ୍ଜନ ବଲଭାଇ, ବୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



