ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୧୮ଜଣ ବିଦ୍ୟାର୍ଥୀ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ୨୧୮ଜଣ ବିଦ୍ୟାର୍ଥୀ। ୨୩୪ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨୧୮ଜଣ ବିଦ୍ୟାର୍ଥୀ ଦେଇଛନ୍ତି ପରୀକ୍ଷା । ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ହୋଇଥିବା ବେଳେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଖାଲିଥିବା ସିଟ୍ ପାଇଁ ମଧ୍ୟ ପ୍ରବେଶିକା ପରୀକ୍ଷା କରାଯାଇଛି । ଆଦର୍ଶ ଦିଦ୍ୟାଳୟରେ ଷଷ୍ଠ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପରୀକ୍ଷା ହୋଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଷଷ୍ଠ ଶ୍ରେଣୀ ପାଇଁ ୨୧୪ବିଦ୍ୟାର୍ଥୀ ଫର୍ମ ଆବେଦନ କରିଥିବା ବେଳେ ୨୦୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ଓ ୧୪ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ସପ୍ତମ ଶ୍ରେଣୀ ପାଇଁ ୧୮ଜଣ ଆବେଦନ କରିଥିବା ବେଳେ ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବଳକା ୨ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ଆବେଦନ କରି ପରିକ୍ଷା ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ୭୯ ମଧ୍ୟରୁ ୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ନବମ ଶ୍ରେଣୀରେ ଜଣେ ମାତ୍ର ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ସଙ୍ଗୀତ ପାଲକା, ଡେପୁଟିସୁପରିଟେଣ୍ଡେଣ୍ଟ ବିଜୟ ପତ୍ରୀ ରହିଥିଲେ । ଅବଜର୍ଭର ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ରହିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଷଷ୍ଠ ରେ ୧୩୫ମଧ୍ୟରୁ୧୨୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବଳକା ୧୩ ଜଣ ଅନୁପସ୍ଥିତ । ସପ୍ତମ ଶ୍ରେଣୀରେ ୧୮ଜଣ ମଧ୍ୟରୁ ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ । ଅଷ୍ଟମ ଶ୍ରେଣୀରେ ଗୋଟିଏ ପିଲା ପରୀକ୍ଷା ଦେଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଚାରୀ ଶବର ସୁପରିଟେଣ୍ଡେଣ୍ଟ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ପ୍ରଦୀପ କୁମାର ଦଳାଇ ରହିଥିଲେ । ଅବଜର୍ଭର ଭାବେ ଆଲୋକ କୁମାର ପଟ୍ଟନାୟକ ରହିଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Comments are closed.