www.samajalive.in
Sunday, December 7, 2025
26.1 C
Bhubaneswar

ସିଆରପିଏଫ ବାଟାଲିୟନ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ରାୟଗଡା ସିଆରପିଏଫ ୪ର୍ଥ ବାଟାଲିୟନ ଦ୍ୱାରା ପରିଚାଳିତ  ବିଜେପୁର ଠାରେ ଥିବା ଏଫ୪ର୍ଥ ବାଟାଲିୟନ ପକ୍ଷରୁ  ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ  ହର ଘର ତ୍ରିରଙ୍ଗା ଅଭିଯାନ ଆହ୍ଵାନରେ  ମାଓପ୍ରବଣ ଅଞ୍ଚଳ ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି ।
ବିଜେପୁର ସିଆରପିଏଫ ଏଫ୪ର୍ଥ ବାଟାଲିୟନର ଆସିଷ୍ଟାଣ୍ଡ କମାଡେଣ୍ଟ ରାଜ ପ୍ରକାଶ ବିହାରୀ, ଇନିସ୍ପେକ୍ଟର ବୁଧିରାଜଙ୍କ ନେତୃତ୍ୱରେ ଯବାନ ମାନେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ଗ୍ରାମ ବୁଲି ବୁଲି ଚଳିତ ମାସ ୧୩  ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ  ଜାତୀୟ ପତାକା ଲଗାଇବା ସହ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଗାଁରେ ପତାକା ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସଚେତନତା କରିଛନ୍ତି । ଅମିତ ସାହୁ, ରୂପସିଙ୍ଗ ମାଝୀ, ଉମେଶ ସାହୁ, ନିଳାଞ୍ଚଳ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories