www.samajalive.in
Saturday, December 13, 2025
23.1 C
Bhubaneswar

କଲ୍ୟାଣସିଂହପୁରରେ ବ୍ଲକ ସ୍ତରୀୟ କନ୍ଧକୁଳ ପରିଷଦ ବୈଠକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ କନ୍ଧକୁଳ ପରିଷଦର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ରୂପେ ବ୍ଲକ ସ୍ତରୀୟ କନ୍ଧକୁଳ ପରିଷଦର ସଭାପତି ରଘୁନାଥ ନିଶିକା, ସମ୍ପାଦକ ପାପାନା ପ୍ରସ୍କା, ଉପସଭାପତି ଗୋପିନାଥ ପେରିସିକା, ବରିଷ୍ଠ ସଭ୍ୟ ହଳଧର ହୁଇକା, ସଭ୍ୟ ଶ୍ରୀପତି କାଡ୍ରାକା, ଲଚମନ କାଡ୍ରାକା, ଵୈଦ୍ୟ ହିମିରିକା, ବୈଦ୍ୟନାଥ କାଡ୍ରାକା ମଞ୍ଚାସିନ ରହିଥିଲେ। ଏହି କନ୍ଧକୁଳ ପରିଷଦ ସାଧାରଣ ସଭାରେ ଆଦିବାସୀମାନଙ୍କର ରୀତିନୀତି, ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ପାଇଁ ବ୍ଲକ ସ୍ତରୀୟ କନ୍ଧକୁଳ ବା ଆଦିବାସୀ ସମାଜ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକର ୧୪ଟି ପଞ୍ଚାୟତରୁ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଲୋକମାନେ ଉପସ୍ଥିତ ରହିଥିବା ବେଳେ ଆଦିବାସୀମାନଙ୍କର ପରମ୍ପରା, ସଂସ୍କୃତି, ଧର୍ମ, ରୀତିନୀତି ଓ ବାଲ୍ୟ ବିବାହକୁ ରୋକିବା ପାଇଁ କନ୍ଧକୁଳ ସମାଜର ଆବଶ୍ୟକ ନୀତି ନିୟମକୁ ଆଗରେ ରଖି ବ୍ଲକ ଆଦିବାସୀ ସଂମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇଥିବା ଜଣାପଡିଛି।

ଏହି ସଭାରେ ଆଦିବାସୀମାନଙ୍କ ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା। କନ୍ଧକୁଳ ପରିଷଦର ସଂଗଠନକୁ ସୁଦୃଢ କରି ମଜଭୂତ କରିବା ପାଇଁ ବ୍ଳକର ପ୍ରତ୍ୟେକ ପଞ୍ଚାୟତରୁ ନୂତନ ଭାବେ ସଭାପତି, ସମ୍ପାଦକ ଚୟନ କରାଯାଇଥିଲା।ପରିଶେଷରେ ବ୍ଲକ ସଭାପତି, ଉପସଭାପତି ଓ ସମ୍ପାଦକ ଚୟନ କରାଯାଇ ଶ୍ରୀ ରଘୁନାଥ ନିଶିକାଙ୍କୁ ବ୍ଲକ ସଭାପତି ରୂପେ ମନୋନୀତ କରିବା ପରେ ଦୁଇ ଜଣଙ୍କୁ ଉପସଭାପତି ରୂପେ ଶଙ୍କର ହୁଇକା ଏବଂ ଦନସିଂ ତିମାକାଙ୍କୁ ଚୟନ କରାଯାଇଥିଲା। ପରେ ସମ୍ପାଦକ ରୂପେ ବିଶ୍ୱନାଥ କାଡ୍ରାକା ଓ କୋଷାଧ୍ୟକ୍ଷ ଭବେ ଅଶୋକ ବିଡ଼ିକାଙ୍କୁ ମନୋନୀତ କରାଯାଇଥିଲା। ପ୍ରଥମେ ଧରଣୀ ମାଆଙ୍କ ଠାରେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ କନ୍ଧକୂଳର ପୂର୍ବଜ ମହାନ ବ୍ୟକ୍ତି ବିଶେଷଙ୍କ ଆତ୍ମାର ଶାନ୍ତି ନିମନ୍ତେ ନିରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories