www.samajalive.in
Thursday, December 11, 2025
26.1 C
Bhubaneswar

ସହଯୋଗ ମିଳିଲେ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବି – ଜିଲ୍ଲା ପରିଷଦ ଅଧ୍ୟକ୍ଷ

କଲମପୁର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସମଗ୍ର କଳାହାଣ୍ଡିର ଲୋକ ବିଜୁ ଜନତା ଦଳ ପ୍ରତି ଦୃଢ ସମର୍ତନ ଯୋଗାଇଛନ୍ତି। ତେଣୁ ୩୬ରୁ ୩୩ ଆଶନରେ ବିଜୁ ଜନତା ଦଳର ବୃହତ ବିଜୟ ହେଇଛି। ଗ୍ରାମାଂଚଳର ଲୋକେ ବିଜୁ ଜନତା ଦଳ ପ୍ରତି ଆସ୍ତା ପ୍ରକଟ କରିଛନ୍ତି। ୩୩ ପ୍ରତିନିଧିଙ୍କ ମଧ୍ୟରୁ ମୁଁ ବି ଜଣେ ପ୍ରତିନିଧି। ମୋତେ କଳାହାଣ୍ଡିବାସୀଙ୍କ ସେବା କରିବା ପାଇଁ ଆମର ସୁପ୍ରିମୋ ମୋତେ ଦାୟିତ୍ୱ ଦେଇଛନ୍ତି। ତେଣୁ ଅନ୍ୟ ୩୨ ପ୍ରତିନିଧିଙ୍କ ଅଧିନାୟକ ଭାବେ ସମଗ୍ର କଳାହାଣ୍ଡିବାସୀଙ୍କ ମୁଁ ପ୍ରତିନିଧି। ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ପାଇଲେ କଳାହାଣ୍ଡି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଆଦି ସମସ୍ୟାର ସମାଧାନ କରିବା ଦିଗରେ ଯତ୍ନବାନ ହେବି ବୋଲି କଲମପୁର ଗସ୍ଥରେ ଆସି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି କଳାହାଣ୍ଡିର ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ କଲମପୁର ନିର୍ମାଲ୍ୟକ୍ଷେତ୍ର ପରିସରରେ ପହଂଚିବା ପରେ କଲମପୁର ବ୍ଲକ ବିଜୁ ଜନତା ଦଳ ସଭାପତି ନବିନ କୁମାର ପଣ୍ଡା, ବରିଷ୍ଟ ନେତା ଚନ୍ଦ୍ର ମଣି ନିଆଲ, ଚେରୁ ନାଏକ, ଅମିର ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, କୁଞ୍ଜ ବିହାରୀ ମୁଣ୍ଡ, ମନୋରଞ୍ଜନ ମୁଣ୍ଡ, ମୁନା ଭଞ୍ଜ, ଉମା ଖମାରୀ, ମଣ୍ଟୁ ସିଂ ପ୍ରମୁଖ ପୂଷ୍ପଗୁଚ୍ଛ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଜଗନ୍ନାଥ ମହାପ୍ରଭୂଙ୍କୁ ଦର୍ଶନ କରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସମିତି ଅଧ୍ୟକ୍ଷା ମୋତି ବିହାରୀ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବି.ଡି.ଓ ପ୍ରସନ୍ନ କୁମାର ପଟେଲ ସ୍ୱାଗତ ଜଣାଇ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ। ଏହାପରେ ବରଦୋଳି ଆମ୍ବ ବଗିଚା ଠାରେ ବ୍ଲକ ସଭାପତି ନବିନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମୀ ସମାବେଶରେ ଉପସ୍ଥିତ ରହି ସମସ୍ତ କର୍ମୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଦଳର ସଂଗଠନର ଦୃଢତା ନେଇ ଆଲୋଚନା କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories