କଲମପୁର: କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟୃ ବଜାର ପ୍ରାଙ୍ଗଣରେ ନବ ନିର୍ମିତ ଅମୃତଧାର ପ୍ରକଳ୍ପ ଲୋକାର୍ପିତ ହେଇଯାଇଛି। ଏହି ପ୍ରକଳ୍ପକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଲୋକାର୍ପିତ କରିଛନ୍ତି। ଏହା ଦ୍ୱାରା ଅଂଚଳର ଲୋକେ ବିଶୁଦ୍ଧ ଓ ଶୀତଳ ପାନୀୟ ଜଳ ପାଇ ଉପକୃତ ହେବେ। ବଜାର ପ୍ରାଙ୍ଗଣରେ ଏହା ସ୍ଥାପିତ ହେଇଥିବାରୁ ପଥଚାରୀ ଓ ବଜାରକୁ ଆସୁଥିବା ଅଂଚଳର ସମସ୍ତ ଲୋକ ବିଶୁଦ୍ଦ ତଥା ଶୀତଳ ପାନୀୟ ଜଳ ପାଇ ଉପକୃତ ହେବେ। ସରପଂଚ ଗଣେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ଅଧ୍ୟକ୍ଷା ମୋତି ବିହାରୀ, ବି.ଡି.ଓ ପ୍ରଶନ୍ନ କୁମାର ପଟେଲ, ଜିଲ୍ଲା ପରିଷଦ ଜୋନ୧ର ସଭ୍ୟା ଦୁହିତା ମାଝୀ, ଜୋନ ୨ର ସଭ୍ୟା ନିବେଦିତା ହଂସଙ୍କ ସମେତ ବିଜମରା ସରପଂଚ ବାଳକୃଷ୍ଣ ମାଝୀଙ୍କ ସମେତ ଅନ୍ୟ ସରପଂଚ ଓ ସମିତି ସଭ୍ୟ ସଭ୍ୟା ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୦୨୧/୨୨ ଆର୍ଥିକ ବର୍ଷର ସି.ଏପ.ସି ପାଣ୍ଠିରୁ ୨,୫୧୦୦୦ (ଦୁଇ ଲକ୍ଷ ଏକାବନ ହଜାର) ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହି ଲୋକାର୍ପଣ ଉତ୍ସବରେ ଅଂଚଳର ବହୁ ଲୋକଙ୍କ ସମାଗମ ହେଇଥିଲା।



