www.samajalive.in
Monday, December 8, 2025
24.1 C
Bhubaneswar

ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୁଲିସର ଛାନଭିନ

ଜି.ଉଦୟଗିରି: ରବିବାର ସକାଳେ ସ୍ଥାନୀୟ ସହରର ୪ ନମ୍ବର ୱାର୍ଡ ସ୍ଥିତ ଶ୍ରୀରାମପଦା ସାହିରେ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ସ୍ଥିତ ପାଣିଙ୍ଗିଆ ଗ୍ରାମର ନରେଶ ଦିଗାଳ ୫୦ ବର୍ଷ ଜି.ଉଦୟଗିରି ଶ୍ରୀରାମପଦାରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛି। ପାରିବାଳିକ କଳହ ଯୋଗୁଁ କିଛି ଦିନ ହେଲା ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ଧରି ଶ୍ରୀରାମପଦା ସ୍ଥିତ ନିଜ ବାପ ଘରକୁ ଆସିଥିଲେ। ହେଲେ ଗତକାଲି ସେ ସ୍ତ୍ରୀଙ୍କୁ ବୁଝାଇ ପିଲାମାନଙ୍କୁ ଧରି ପାଣିଙ୍ଗିଆ ସ୍ଥିତ ନିଜ ଘରକୁ ନେବା ପାଇଁ ଆସିଥିବା ବେଳେ କୌଣସି କାରଣକୁ ନେଇ ଗତରାତିରେ ଏକ ଶାଗୁଆନ ଗଛରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ।

ଆଜି ସକାଳେ ସାହି ଲୋକ ଝୁଲନ୍ତା ଅବସ୍ଥାରେ ନରେଶକୁ ଦେଖି ତାଙ୍କ ଭାଇ ଗୁଣ ଦିଗାଳକୁ ଖବର ଦେଇଥିଲେ। ଗୁଣ ଦିଗାଳ ପହଞ୍ଚି ଏ ନେଇ ଜି.ଉଦୟଗିରି ଥାନାରେ ଏତଲା ଦେଇଥିଲେ। ଗୁଣଙ୍କ ଏତଲାକୁ ଭିତିକରି ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଦାୟିତ୍ବ ଏଏସଆଇ ବିନୟ କୁମାର ମହାରଣାଙ୍କୁ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories