www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇ ମାସର ଶିଶୁକୁ ଟିକା ଦେବା ପରେ ମୃତ୍ୟୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ଗାଁରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ରୁ୫ବର୍ଷ ଶିଶୁମାନଙ୍କୁ ଟିକା ଦେବାର ବହୁ ସମୟ ପରେ ଶିଶୁର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗ ତରଫରୁ ଇମୁନାଇଜେସନ ରହିଥିଲା। ସେଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ, ଆଶା ରିତା କାଡ୍ରାକା, ଅଙ୍ଗନୱାଡ଼ି କର୍ମୀ ସ୍ନେହଲତା ମହାରଣା, ପ୍ରମୁଖ ଉପସ୍ଥିତରହି ୦ରୁ୫ବର୍ଷର ପ୍ରାୟ ୨୨ ଜଣ ଶିଶୁମାନଙ୍କୁ ଆଇ ପି ବି, ଓ ପି ବି, ପି ସି ବି ଟିକା ଦେବା ପରେ ପୋଲିଓ ବୁନ୍ଦା ଖାଇଥିଲେ । ସେଥିରୁ କାଡ୍ରାକା ପୁଷ୍ପା ସ୍ୱାମୀ ହେମନ୍ତଙ୍କ ଦୁଇମାସର ଶିଶୁକୁ ମଧ୍ୟ ଟିକା ଦେଇଥିଲେ। ଟିକା ଦେବାର ପ୍ରାୟ ୯ ଘଣ୍ଟା ସମୟ ବା ସନ୍ଧ୍ୟା ୬ ଘଣ୍ଟା ପରେ ଶିଶୁକୁ ସାମାନ୍ୟ ଜ୍ୱର ହୋଇଥିଲା । ରାତ୍ର୧୦ଘଣ୍ଟା ପରେ ଶିଶୁର ଦେହର ତାତି ବା ଜ୍ଵର କମିଥିଲା। ରାତ୍ର ୨ଟା ଓ ୩ଟା ସମୟ ମା’ ଶିଶୁକୁ କ୍ଷୀର ପିଆଇଥିଲେ। ପୁଣି ୫ଟା ସମୟରେ ଶିଶୁକୁ କ୍ଷୀର ପିଆଇବାକୁ ଉଠିଲା ବେଳେ ଶିଶୁ ଆଉ ଉଠିନଥିଲା। ଯାହା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ମା’ ପୁଷ୍ପା ଜାଣିପାରି ପରିବାରକୁ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହି ଖବର ଗ୍ରାମବାସୀ ଜାଣିବା ପରେ ଆଶା, ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡକାଇ ପଚରାଉଚରା କରିଥିଲେ । ଦୁଇ ବର୍ଷର ଶିଶୁକୁ ଯେତିକି ଟିକା ଦିଆଯାଇଛି ସେତିକି ଟିକା ତିନି ବର୍ଷର ଶିଶୁକୁ ମଧ୍ୟ କେମିତି ଦେଲ । ଯାହାଫଳରେ ଶିଶୁର ମୃତ୍ୟୁ ହୋଇଗଲା । ସେମିତି ଅନ୍ୟ କିଛି ଶିଶୁକୁ ମଧ୍ୟ ଝାଡା ହେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ଏହିଖବର ପାଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଏବିଷୟରେ ଡାକ୍ତର ଚିନ୍ମୟ ଲିମାଙ୍କୁ ପଚାରିବାରୁ ସେ କହିଲେ ଟିକା ଦ୍ୱାରା ଶିଶୁର ମୃତ୍ୟୁ ହୋଇନାହିଁ। ସରକାରଙ୍କ ନିୟମ ଅନୁଯାୟୀ ଦିଆଯାଇଛି। ଶିଶୁର ଓଜନ କମ୍ ଥିଲା। ଏହାର ତଦନ୍ତ ଚାଲିଛି। ଉକ୍ତ ଟିକାକୁ ସନ୍ଦେହ କରି ପରୀକ୍ଷାଗାରକୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories