ପ୍ଲେସ୍କୁଲରେ ୨ ବର୍ଷିୟା ଶିଶୁକୁ ଯୌନ ଉତ୍ପୀଡ଼ନ

0

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତାର ଏକ ପ୍ଲେସ୍କୁଲରେ ଜଣେ ୨ ବର୍ଷିୟା ଶିଶୁ ସହ ଯୌନ ଉତ୍ପୀଡ଼ନ ମାମଲା ପଦାକୁ ଆସିଛି। ପୁଲିସ୍‍ କହିଛି ଯେ ଶିଶୁର ଡାକ୍ତରୀ ରିପୋର୍ଟରେ ଯୌନ ଉତ୍ପୀଡ଼ନ ଉଲ୍ଲେଖ ରହିଛି। ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଗତ ସୋମବାରର ବୋଲି ଜଣାପଡିଛି। ଛାତ୍ରୀ ମା’ କହିଛନ୍ତି ଯେତେବେଳେ ସେ ସ୍କୁଲରୁ ପୁଅକୁ ଆଣିଲେ ସେତେବେଳେ ସେ ଜୋରରେ କାନ୍ଦୁଥିଲା। ପୁଅର ଡ୍ରେସରେ ରକ୍ତର ଦାଗ ଦେଖିବାକୁ ପାଇଥିଲେ। ସେ ସନ୍ଦେହ ପ୍ରକଟ କରି ପୁଅକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଇଥିଲେ। ସେଠାରେ ପୁଅର ସମ୍ବେଦନଶୀଳ ଅଙ୍ଗରେ କ୍ଷତ ଚିହ୍ନ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଘଟଣାର ପରଦିନ ଡାକ୍ତର ଅଭିଭାବକ ସ୍କୁଲ ଯାଇ ପ୍ରିନ୍ସପାଲଙ୍କୁ ଏହାର ଅଭିଯୋଗ କରିଥିଲେ। ସ୍କୁଲ ପ୍ରିନ୍ସପାଲ ଜୟଶ୍ରୀ ଆନନ୍ଦ ଏଭଳି କୌଣସି ଘଟଣାକୁ ଖଣ୍ଡନ କରିଥିଲେ। ଏହାପରେ ଶିଶୁର ବାପା, ମା’ ସିସିଟିଭି ଫୁଟେଜ ଦେଖିବାକୁ ଦାବି କରିଥିଲେ। ହେଲେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସିସିଟିଭି ଫୁଟେଜ ଦେଖାଇବାକୁ ମନା କରିଦେଇଥିଲେ। ଫଳରେ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ଏହାପରେ ଛାତ୍ରର ବାପା-ମା’ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‍ ପୋସ୍କୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

kalyan agarbati
Leave A Reply