www.samajalive.in
Saturday, December 13, 2025
18.1 C
Bhubaneswar

ପୁନରୁଦ୍ଧାର, ପୁନଃ ନିର୍ମାଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦେଶକମାନେ ଆଉ ରାଜ୍ୟ ବାହାରକୁ ଯାଇ ଚଳଚ୍ଚିତ୍ର, ଧାରାବାହିକର ସୁଟିଂ କରିବେନି। ପୂର୍ବରୁ ସେମାନେ ଯେମିତି କଳିଙ୍ଗ ଷ୍ଟୁଡିଓ ଉପରେ ନିର୍ଭରଶୀଳ ଥିଲେ ଠିକ୍‍ ସେମିତି ସମୟ ପୁଣି ଫେରିବ। କଳିଙ୍ଗ ଷ୍ଟୁଡିଓ ଚବିଶ ଘଣ୍ଟା ଚଳଚଞ୍ଚଳ ରହିବ। ଷ୍ଟୁଡିଓକୁ ସୁନ୍ଦର ଓ ସ୍ୱୟଂସମ୍ପୂର୍ଣ୍ଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିବିଧ ଯୋଜନା। ଖାସ୍‍ କରି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠିତ ହୋଇଛି। ଏହି କମିଟି ସୋମବାର ନିଗମ ଅଧୀନରେ ଥିବା ଷ୍ଟୁଡିଓ ପରିଦର୍ଶନରେ ଯାଇ ଏହାର ପୁନରୁଦ୍ଧାର ଓ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛି।
କମିଟିର ଅଧ୍ୟକ୍ଷ ରାଜ୍ୟ ଅର୍ଥ, ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ସଦସ୍ୟ ଉଚ୍ଚଶିକ୍ଷା, ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୋମବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ବେହେରା ଏହି ଅବସରରେ କହିଥିଲେ କଳିଙ୍ଗ ଷ୍ଟୁଡିଓକୁ ଦେଶର ଯେକୌଣସି ଉନ୍ନତମାନର ଷ୍ଟୁଡିଓ ସମକକ୍ଷ କରାଯିବ। ଏଠାରେ ଓଡ଼ିଆ ସମେତ ଅନ୍ୟ ଭାଷାର ଚଳଚ୍ଚିତ୍ର ମଧ୍ୟ ସୁଟିଂ ହେବ। ଏଥିପାଇଁ ଏହାର ଭିତ୍ତିଭୂମି ସୁଦୃଢ଼ କରାଯିବ। ଖୁବ୍‍ଶୀଘ୍ର ନୀତିନିର୍ଦ୍ଧାରଣ କରାଯାଇ ଏହାର ସମୟଭିତ୍ତିକ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ ଓ ଏହାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ବେହେରା ଦର୍ଶାଇଥିଲେ। ସଦସ୍ୟ ଥିବା ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଷ୍ଟୁଡିଓର ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନିମନ୍ତେ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସାଙ୍ଗକୁ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ନିମନ୍ତେ ଚଳଚ୍ଚିତ୍ର ପଲିସି ପ୍ରଣୟନ ଜରୁରୀ। ଅନ୍ୟତମ ସଦସ୍ୟ ମନ୍ତ୍ରୀ ଶ୍ରୀ ସାମଲ ପୁରୁଣା ପ୍ରେକ୍ଷାଳୟର ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କମିଟି ସମ୍ମୁଖରେ ଷ୍ଟୁଡିଓ ପୁନଃ ନିର୍ମାଣ ନିମନ୍ତେ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଥିଲେ। ଓଏଫ୍‍ଡିସି ଦେଇଥିବା ଋଣକୁ ଓଟିଏସ୍‍ ମାଧ୍ୟମରେ ଫଇସଲା, ସିବ୍‍ସିଡି ଓ ସରଚାର୍ଜ ବ୍ୟବସ୍ଥା ପ୍ରଚଳନ ସହ ମ୍ୟାନେଜରିଆଲ ଫଣ୍ଡର ବ୍ୟବସ୍ଥା ନିମନ୍ତେ ସେ କମିଟିକୁ ପ୍ରସ୍ତାବ ଦେଇଥିଲେ।
ଏହି ଅବସରରେ କମିଟିର ଅଧ୍ୟକ୍ଷଙ୍କ ସମେତ ସଦସ୍ୟମାନେ ଷ୍ଟୁଡିଓ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଥିଲେ। ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (କୋଠାବାଡ଼ି)ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ବର୍ଷକ ମଧ୍ୟରେ ‘ଫିଲ୍ମସିଟି’ର ରୂପ ନେବ,ପୂଜା ପରଠାରୁ ନିୟମିତ ସୁଟିଂ, ପ୍ରତିଷ୍ଠା ହେବ ଫିଲ୍ମ ମ୍ୟୁଜିୟମ୍‍

ଆଗାମୀ ବର୍ଷକ ମଧ୍ୟରେ କଳିଙ୍ଗ ଷ୍ଟୁଡିଓ ଫିଲ୍ମସିଟିର ରୂପ ନେବ। ଲୋକେ ଟିକେଟ୍‍ କାଟି ଷ୍ଟୁଡିଓ ପରିଦର୍ଶନ କରିବେ। ଏମିତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ।
ସୋମବାର ମନ୍ତ୍ରୀସ୍ତରୀୟ କମିଟିର ଷ୍ଟୁଡିଓ ପରିଦର୍ଶନ ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସରକାର କଳିଙ୍ଗ ଷ୍ଟୁଡିଓକୁ ସ୍ୱୟଂସମ୍ପୂର୍ଣ୍ଣ କରିବା ନିମନ୍ତେ ସଂକଳ୍ପବଦ୍ଧ। ଏବେ ୫କୋଟି ଟଙ୍କାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ଚାଲୁ ରହିଛି। ଓଏସ୍‍ଆଇସି ଓ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସୁନ୍ଦର ଗେଟ୍‍ ଓ ଭିତର ରାସ୍ତାର ଉନ୍ନତୀକରଣ ହେଉଛି। ନିର୍ମାଣ ଚାଲିଥିବା ଭିଲେଜ କମ୍ପେ୍ଲକ୍ସର କାର୍ଯ୍ୟ ମାସେ ଭିତରେ ସମ୍ପୂର୍ଣ୍ଣ ହେବାକୁ ଥିବାବେଳେ ୪ଟି କଟେଜ୍‍ ମଧ୍ୟ ଏହି ସମୟ ମଧ୍ୟରେ ଶେଷ ହେବ। ଷ୍ଟୁଡିଓର ଖାଲିଥିବା ସ୍ଥାନରେ ବସ୍‍ ଷ୍ଟପ୍‍ ଓ ରେଳଷ୍ଟେସନ ନିର୍ମାଣ ଯୋଜନା ରହିଛି। ଷ୍ଟୁଡିଓ ପରିସରରେ ଥିବା ବଡ଼ ଫ୍ଲୋର୍‍ର ପୁନରୁଦ୍ଧାର ସାଙ୍ଗକୁ ମେକଅପ୍‍ ରୁମ୍‍ ଓ ଅନ୍ୟାନ୍ୟ ରୁମ୍‍ର ପୁନରୁଦ୍ଧାର ଚାଲିଛି। ୫ଟି ଗାର୍ଡେନ୍‍ର କାର୍ଯ୍ୟ ମାସେରୁ ଦେଢ଼ ମାସରେ ଭିତରେ ସରିବ। ଆଗାମୀ ଦୁର୍ଗାପୂଜା ପରଠାରୁ ନିୟମିତଭାବେ ଷ୍ଟୁଡିଓରେ ସୁଟିଂ ଚାଲିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଷ୍ଟୁଡିଓ ପରିସରରେ ଏକ ଅତ୍ୟାଧୁନିକ କ୍ୟାଣ୍ଟିନ୍‍ ନିର୍ମାଣ ଯୋଜନା ରହିଛି। ସେଠାରେ ସୁଟିଂ ପାଇଁ ଆସୁଥିବା ଲୋକ ଓ ଅନ୍ୟମାନେ ଖାଇବା ସହ ତାହାକୁ ସୁଟିଂରେ ବ୍ୟବହାର କରାଯାଇପାରିବ। ସେହିପରି ଆମ୍ବ ଓ ଫଳ ବଗିଚାର ପରିକଳ୍ପନା କରାଯାଇଛି। ପ୍ରବେଶଦ୍ୱାର ନିକଟରେ ଏକ ଡର୍ମିଟରି ବ୍ୟବସ୍ଥା ସାଙ୍ଗକୁ ଫିଲ୍ମ ମ୍ୟୁଜିୟମ୍‍ର ଯୋଜନା ରହିଥିବା ଅଧ୍ୟକ୍ଷ କହିଛନ୍ତି। ମନ୍ତ୍ରୀସ୍ତରୀୟ କମିଟିକୁ ଏହି ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇ ଅଧିକ ଅନୁଦାନ ବ୍ୟବସ୍ଥା ନିମନ୍ତେ ଅନୁରୋଧ କରାଯାଇଥିବା ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories