www.samajalive.in
Friday, December 12, 2025
15.1 C
Bhubaneswar

ପିଏସି ନିର୍ବାଚନରେ ହରିବଂଶ ପରାଜିତ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏନ୍‍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ଧକ୍କା ଲାଗିଛି। ସଂସଦୀୟ ପବ୍ଲିକ ଏକାଉଣ୍ଟସ୍‍ କମିଟି(ପିଏସି) ସଦସ୍ୟତା ପାଇଁ ସୋମବାର ଅନୁଷ୍ଠିତ ନିର୍ବାଚନରେ ହରିବଂଶ ହାରିଯାଇଛନ୍ତି। ପୂର୍ବରୁ ପିଏସି ସଦସ୍ୟ ଥିବା ତେଲୁଗୁଦେଶମ୍‍ ପାର୍ଟି ସଦସ୍ୟ ସି.ଏମ୍‍ ରମେଶ ୧୦୬ ଭୋଟ ପାଇ ନିଜ ପଦ ବଜାୟ ରଖିଥିବାବେଳେ ବିଜେପି ପ୍ରାର୍ଥୀ ଭୂପିନ୍ଦର ଯାଦବ ୬୯ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ହରିବଂଶଙ୍କୁ ମାତ୍ର ୨୬ଟି ଭୋଟ ମିଳିଛି। ପ୍ରତି ପାଞ୍ଚ ବର୍ଷରେ ଏହି ନିର୍ବାଚନ ହୋଇଥାଏ। ରମେଶଙ୍କ ସଦସ୍ୟତା ବଜାୟ ରଖିବାକୁ ଓ ସର୍ବସମ୍ମତିକ୍ରମେ ଦୁଇ ସଦସ୍ୟଙ୍କୁ ବାଛିବା ପାଇଁ ବିରୋଧୀ ଦଳରଙ୍କ ଦାବିକୁ ବିଜେପି ଅଗ୍ରାହ୍ୟ କରିବାରୁ ନିର୍ବାଚନ ହୋଇଥିଲା। ରମେଶଙ୍କୁ କଂଗ୍ରେସର ୨୫, ସମାଜବାଦୀ ପାର୍ଟିର ୫, ଏନ୍‍ସିପିର ୩ ଓ ସିପିପଆଇ(ଏମ୍‍)ର ଜଣେ ସାଂସଦଙ୍କ ସମର୍ଥନ ମିଳିଥିଲା। ରମେଶଙ୍କ ବିଜୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କୁ ଉତ୍ସାହିତ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories