www.samajalive.in
Sunday, December 7, 2025
23.1 C
Bhubaneswar

କଳାପଥର ଯାତ୍ରୀ ବିଶ୍ରାମଗାର ଅବସ୍ଥା ଶୋଚନୀୟ; ଯାତ୍ରୀ ହନ୍ତସନ୍ତ

କଳାପଥର; ବାଙ୍କୀ ବ୍ଲକର କଳାପଥର ଗୋଳେଇ ଛକ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ନିର୍ମିତ ବିଶ୍ରାମଗାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବାଘମାରୀ- କଣ୍ଟିଲୋ ରାଜ୍ୟ ରାଜପଥର କଳାପଥର ଠାରେ ଦୁଇଟି ବିଶ୍ରାମଗାର ନିର୍ମାଣ ହୋଇଛି । କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ,ଦଶପଲ୍ଲା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଫୁଲବାଣୀ, ଉମରକୋଟ, ସିନ୍ଧେକଲୋ, ବ୍ରହ୍ମପୁର, ଅନୁଗୁଳ,ଢେଙ୍କାନାଳ ଆଦି ସହରକୁ ଯିବା ପାଇଁ ଉକ୍ତ ବିଶ୍ରାମଗାରରେ ଯାତ୍ରୀ ମାନେ ଅପେକ୍ଷା କରିଥାନ୍ତି । କିନ୍ତୁ ଏଵେ ବିଶ୍ରାମଗାର ଗୃହଟି ଭଗ୍ନ ଅବସ୍ଥାରେ ପଡିଛି । ଭିତରେ ଖାଲ ଖମା ହୋଇ ନଷ୍ଟ ହୋଇଥିବା ବେଳେ ଉପର ଆଜବେଷ୍ଟସ କଣା ହୋଇ ପାଣି ଗଳୁଛି । ଫଳରେ ଜନ ସାଧାରଣ ବସିବାକୁ କୌଣସି ସୁବିଧା ନାହିଁ । ଏପରିକି ଭିତରେ ଛିଡା ହେବା ନିମନ୍ତେ ଜନ ସାଧାରଣ ନିରାପଦ ମଣୁ ନାହାନ୍ତି ।

ଅପରପକ୍ଷରେ ବିଶ୍ରାମଗାର ବ୍ୟବହାର ଉପଯୋଗୀ ନଥିବାରୁ ସମ୍ମୁଖରେ ଅଳିଆ ଆବର୍ଜନା ଗଦା ହୋଇ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ସାରା ରାଜ୍ୟରେ ବିଶ୍ରାମଗାର ସବୁ ନବୀକରଣ କରାଯାଇ ଲକ୍ଷ୍ମୀ ବସ ଷ୍ଟାଣ୍ଡ ରେ ନାମିତ ହେବା ସହ ଜନ ସାଧାରଣଙ୍କ ପାଇଁ ମୌଳିକ ସୁବିଧା କରାଯାଇଥିବା ବେଳେ ପଶ୍ଚମ ବାଙ୍କୀର ବୈଦେଶ୍ୱର, ପତନୀ, କେନ୍ଦୁପଲ୍ଲୀ ସମେତ କଳାପଥର ଅଞ୍ଚଳରେ ବିଶ୍ରାମଗାର ଆଜି ପର୍ଯ୍ୟନ୍ତ ହୋଇ ପାରିନାହି । ମୁଖ୍ୟମନ୍ତ୍ରୀ ମୋ ବସ ଯୋଜନାରେ ବାଙ୍କୀ, ଭାପୁର, ବୋଲଗଡ, ବେଗୁନିଆ ଏବଂ ଖୋର୍ଦ୍ଧା ବ୍ଲକ ହେଡ଼ କ୍ଵାଟର କୁ କଳାପଥର ଦେଇ ପ୍ରାୟ ୧୦ଟି ବସ ଦିନକୁ ୪ଥର ଯିବା ଆସିବା କରୁଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ ସ୍ମାର୍ଟ ଷ୍ଟାଣ୍ଡ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଯାତ୍ରୀ ବିଶ୍ରାମଗାର ସମସ୍ୟାକୁ ଦୃଷ୍ଟି ଦେଇ ନବୀକରଣ ସହ ଶୌଚାଳୟ ଓ ସୋଲାର ସହାୟତାରେ ପାନୀୟ ଜଳ ସଂଯୋଗ କରିବାକୁ ପଶ୍ଚିମ ବାଙ୍କୀ ଉର୍ନ୍ନୟନ ପରିଷଦର ସମ୍ପାଦକ ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ସମେତ ସାଧାରଣରେ ଦାବୀ ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories