www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା ; ଖଟିଆରେ ବୁହା ହେଲେ ଗର୍ଭବତୀ 

କଲମପୁର : ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି ନାହିଁ ନଥିବା ଦୁର୍ଦ୍ଦଶା। ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି ବୋଲି ଯନ୍ତ୍ରଣାରେ ଛଟପଟ ରୋଗୀ ତଥା ଗର୍ଭବତୀ। ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ରୀତିମତ ଘଟି ଚାଲିଛି।  ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୂନସୁ ବାର୍ଷିକୋଣା ଗାଁରେ। ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା (୨୨) ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାରେ ଅଟକି ଅପେକ୍ଷା କରିଥିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ବୁହାହୋଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ରଞ୍ଜିତା ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଛନ୍ତି । ମାଆ ଓ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି। ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଇନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ଶ୍ରାବଣ: ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ଶିବଙ୍କ କୃପାରୁ ବର୍ଷିବ ଧନ, ଖାଲି ମିଳିବ ସଫଳତା..

ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..

- Advertisement -

ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories