www.samajalive.in
Saturday, December 6, 2025
26.1 C
Bhubaneswar

ଲେବରକାର୍ଡ କରାଇଦେବାକୁ କହି ଠକେଇ: ମହିଳା ଥାନାର ଦ୍ବାରସ୍ଥ

ବାସୁଦେବପୁର: ବାସୁଦେବପୁର ବ୍ଲକର ରାଜୀବଗାନ୍ଧୀ ସେବାକେନ୍ଦ୍ରର ଏକ କୋଠରୀରେ ଶ୍ରମବିଭାଗ କାର୍ଯ୍ୟାଳୟ ମଙ୍ଗଳବାରଠାରୁ ଖୋଲିଛି। ଜଣେ କମ୍ପ୍ୟୁଟର ଅପରେଟରଙ୍କ ସହିତ ବ୍ଲକ ଶ୍ରମ ଅଧିକାରୀ ଭାବରେ ମନୋରଞ୍ଜନ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୋମବାର ଦିନ କାର୍ଯ୍ୟାଳୟ ସାଜସଜ୍ଜା, ମଙ୍ଗଳବାର ପୂଜାପାଠ ପରେ ଆଜି ପ୍ରଥମ ଦିନରେ ଦପ୍ତର ଖୋଲିବା ପରେ ଜାଫରପୁର ଅଞ୍ଚଳର ପ୍ରମୋଦିନୀ ବେହେରା ନାମକ ଜଣେ ମହିଳା ଠକେଇ ଅଭିଯୋଗ ଆଣିଥିଲେ। ପ୍ରମୋଦିନୀଙ୍କଠାରୁ ଏଡତାଳ ଗ୍ରାମର ବିଶ୍ବନାଥ ମିଶ୍ର ନାମକ ଯୁବକ ଲେବରକାର୍ଡ କରାଇଦେବାକୁ କହି ଫୋନ୍‌ ପେ’ ମାଧ୍ୟମରେ ୩ ହଜାର ଟଙ୍କା ସହିତ ନଗଦ ୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ଅଧିକାରୀଙ୍କ ପରାମର୍ଶକ୍ରମେ ପ୍ରମୋଦିନୀ ନିକଟସ୍ଥ ଥାନାକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୄକ୍ତ ଯୁବକଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories