ନୂଆଦିଲ୍ଲୀ : କେରଳରୁ ଏକ ଆଶ୍ଚର୍ଯ୍ୟ କରିବା ଓ ହୃଦୟକୁ ଛୁଇଁବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଭିଡିଓରେ ଜଣେ ମହିଳା ବନ ଅଧିକାରୀ ଜି.ଏସ୍. ରୋଶନୀ ଏକ ବିଶାଳକାୟ ଅହିରାଜକୁ ଖୁବ୍ ସାହାସର ସହ ଧରିଛନ୍ତି । ଭିଡିଓରେ ଦେଖିପାରିବେ, ମହିଳା ଅଧିକାରୀ ସାପ ଧରିବା ପାଇଁ ବ୍ୟବହୃତ ବାଡି ଦ୍ୱାରା ମାତ୍ର କିଛି ମିନିଟ୍ରେ ହିଁ ବିଶାଳକାୟ ଅହିରାଜକୁ କାବୁ କରୁଛନ୍ତି ।
My salutations to the green queens & the bravery shown by them in wild🙏
Beat FO G S Roshni, part of Rapid Response Team of Kerala FD rescuing a 16 feet king cobra.This was the 1st time she was tackling a king cobra though she is credited to have rescued more than 800 snakes… pic.twitter.com/E0a8JGqO4c
— Susanta Nanda IFS (Retd) (@susantananda3) July 7, 2025
ମିଳିଥିବା ସୂଚନାନୁସାରେ, ଏହି ସ୍ଥାନକୁ ନିୟମିତ ଗ୍ରାମବାସୀ ସ୍ନାନ କରିବା ପାଇଁ ଆସନ୍ତି । ସେହି ସ୍ଥାନରେ ଅହିରାଜକୁ ଦେଖିବା ପରେ ଲୋକେ ଭୟଭୀତ ହେବା ସହ ହଇଚଇ ସୃଷ୍ଟି ହୋଇଥିଲା । ଖବର ପାଇ ଟିମ୍ ସହ ରୋଶନୀ ପହଞ୍ଚି ଅହିରାଜକୁ ସାପକୁ ଖୁବ୍ ସାହସ ଓ ଧୈର୍ଯ୍ୟର ସହ ଧରିଥିଲେ । କିଛି ମିନିଟ୍ରେ ୧୬ ଫୁଟ୍ର ଏହି ସାପକୁ ଧରି ଜଙ୍ଗଲରେ ସୁରକ୍ଷିତ ଛାଡିଥିଲେ । ଭିଡିଓ ଦେଖିବା ପରେ ଲୋକେ ଅଧିକାରୀଙ୍କୁ ଖୁବ୍ ପ୍ରଶଂସା କରି ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଦେଖନ୍ତୁ ଭିଡିଓ; ଟ୍ରେନ୍ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍, ଆଶ୍ଚର୍ଯ୍ୟ କରିବ କାରଣ



