ସମାଜ ଡିଜିଟାଲ ଡେସ୍କ: ଟେଭି ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ବୋହୂ ତୁଳସୀ ଭିରାନୀ ପୁଣି ଥରେ ପରଦାକୁ ଫେରିଛନ୍ତି। ୨୫ ବର୍ଷ ପରେ ସ୍ମୃତି ଇରାନୀ ତାଙ୍କର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ଫେରୁଛନ୍ତି। ‘କିଉଁକି ଶାଶ୍ ଭି କଭି ବୋହୂ ଥି-୨’ ର ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଏବଂ ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
ହୃଦୟ ଜିତିଲା ତୁଳସୀ ଲୁକ୍:
ପ୍ରୋମୋରେ ତୁଳସୀ ଭିରାନୀଙ୍କ ଶୈଳୀରେ ସ୍ମୃତି ଇରାନୀଙ୍କୁ ପୁଣି ଥରେ ତୁଳସୀଙ୍କୁ ଜଳ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ ତାଙ୍କୁ ସମାନ ରୂପ ଓ ସମାନ ଢଙ୍ଗରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ନିର୍ମାତାଙ୍କ ଦ୍ୱାରା ଶେୟାର କରାଯାଇଥିବା ପ୍ରୋମୋରେ ସୂଚନା ଦିଆଯାଇଛି ଯେ, ଜୁଲାଇ ୨୯ରୁ ରାତି ୧୦:୩୦ରେ ପ୍ରସାରିତ ହେବ ଏହି ଶୋ’।
View this post on Instagram
ଏଥର ‘କିଉଁକି ଶାଶ୍ ଭି କଭି ବୋହୂ ଥି-୨’ ଟିଭିରେ ନୁହେଁ, ବରଂ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାରରେ ପ୍ରସାରିତ ହେବ। ଦର୍ଶକମାନଙ୍କୁ ଆଉ ପ୍ରତି ସପ୍ତାହରେ ଟିଭି ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସେମାନେ ଯେତେବେଳେ ଚାହିଁବେ ସେତେବେଳେ ଦେଖିପାରିବେ। ନିର୍ମାତାଙ୍କ ଏହି ନୂଆ ରଣନୀତିକୁ ବେଶ୍ ପ୍ରଶଂସା କରାଯାଉଛି।



