କଦଳୀ ଚାଷୀଙ୍କ ଦକ୍ଷତା ବୃଦ୍ଧି ପାଇଁ କିଷାନ ପାଠଶାଳା ପକ୍ଷରୁ ତାଲିମ ପ୍ରଦାନ

କଲମପୁର: କଦଳୀ ଚାଷ ଏକ ଲାଭ ଜନକ ଫସଲ। କିନ୍ତୁ ଆମେ ଚାଷୀ ତାର କିଭଳି ଯତ୍ନ ନେବା ସେନେଇ କିଷାନ ପାଠଶାଳା ପକ୍ଷରୁ ନୂଆ ପଦ୍ଧତିରେ କଦଳି ଚାଷ ନେଇ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଛି। କଲମପୁର ତ୍ରିଲୋକେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଆୟୋଜିତ ଏହି କର୍ମଶାଳାରେ କିଷାନ ପାଠଶାଳା ପକ୍ଷରୁ ମଧ୍ୟପ୍ରଦେଶ ବାନବାନି ଜିଲାର ଡ.ବଳରାମ କିଷାନ ଯୋଗ ଦେଇ କଦଳୀ ଚାଷ କିଭଳି କରାଯାଇ ପାରିବ, କେଉଁ ଜମିରେ କଦଳୀ ଚାଷ ହୋଇ ପାରିବ, କଦଳୀ ଚାଷରେ ଜଳ ପରିଚାଳନା, ମାଟିର ଚୟନ ସହ କଦଳୀ ଚାଷରେ ଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ବନ୍ଧରେ ସେ ବୁଝାଇଥିଲେ। ଏହାସହ ପାରମ୍ପାରିକ ନୁହେଁ ନୁଆଁ ପଦ୍ଧତିରେ କିଭଳି ଚାଷୀ କମ୍ ଖର୍ଚ୍ଚ କରି ଅଧିକ ଲାଭ ପାଇବେ ସେନେଇ ବୁଝାଇଥିଲେ।
ଏହି ତାଲିମ ଶିବିରରେ ନାବାର୍ଡର ଜିଲା ଉନ୍ନୟନ ପରି·ଳକ ମହେଶ୍ୱର ଦାସ ଯୋଗ ଦେଇ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଧାର ପାଇଁ ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ଉତ୍ପାଦକ ଗୋଷ୍ଟୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଥିବା ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏୟାର ଫୋର୍ସରୁ ଅବସର ନେଇଥିବା ଉଇଙ୍ଗ କମାଣ୍ଡର ଅଞ୍ଜଳୀ ଆୟାର ଯୋଗଦେଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଚଳିତ ବର୍ଷ କଲମପୁର ବ୍ଲକର ୬୦ ଜଣ ଚାଷୀଙ୍କୁ ଏକଜୁଟ କରି ତ୍ରିଲୋକେଶ୍ୱର ଉତ୍ପାଦକ ଗୋଷ୍ଟୀ ପ୍ରାୟ ୧୫୦ ଏକର ଚାଷ ଜମିରେ କଦଳୀ ଚାଷ କରୁଥିବା ସୂଚନା ଦେଇଥିଲେ। ସମସ୍ତ କଦଳୀ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତ୍ରିଲୋକେଶ୍ୱର କୃଷି ଉତ୍ପାଦକ ଗୋଷ୍ଟୀର ପରିଚାଳନା ନିର୍ଦ୍ଦେଶକ ଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ।

Comments are closed.