www.samajalive.in
Friday, December 5, 2025
19.1 C
Bhubaneswar

ସାପ କାମୁଡ଼ାରେ ମହିଳା ଗୁରୁତର

କଲମପୁର : କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ଝରାବାହାଲି ଗ୍ରାମର ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ମହିଳା ଜଣକ ନିଜ ଚାଷ ଜମିକୁ ଯାଉଥିବା ବେଳେ ତାଙ୍କ ଗୋଡ଼କୁ ଏକ ସାପ କାମୁଡ଼ି ଦେଇଥିଲା। ଫଳରେ ମହିଳା ଜଣକ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, ଝରାବାହାଲି ଗ୍ରାମର ଘାସିରାମ ମାଝୀଙ୍କ ପତ୍ନୀ ମିଥିଳା ଶୁକ୍ରବାର ସକାଳେ ଏକ ଜମି ହୁଡା ଦେଇ ନିଜ ଚାଷ ଜମିକୁ ଯାଉଥିବା ବେଳେ ଏକ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ି ଦେବା ପରେ ମିଥିଳାଙ୍କ ମୁଣ୍ଡ ବୁଲେଇ ହେବା ସହ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପୀଡ଼ିତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଚିକିତ୍ସା କରାଯାଇଛି। ଚଳିତ ବର୍ଷ କଲମପୁର ଅଞ୍ଚଳରେ ବହୁ ଲୋକ ସାପ କାମୁଡ଼ାର ଶିକାର ହୋଇଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories