ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ଗୋସାଇଁଙ୍କ ବାଲ୍ୟ ଲୀଳା
କଲମପୁର: ଅଲେଖ ଅରୂପ ଶୂନ୍ୟ ନିତ୍ୟ ସୁଧ ନିରଞ୍ଜନ, ଅବ୍ୟକ୍ତ ପରମ ବ୍ରହ୍ମ ବିଭୂ ସତ୍ୟ ସନାତନ। ଏହି ଅଖଣ୍ଡ ନାମକୁ ନେଇ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିର ସାଧୁଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲା ଦେଦେର ମହିମା ଆଶ୍ରମ ଠାରେ ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ଗୋସାଇଁଙ୍କ ବାଲ୍ୟ ଲୀଳା ଅନୁଷ୍ଠିତ ହେଇଯାଇଛି। ଅହରହ ଅଖଣ୍ଡ ନାମଯଜ୍ଞକୁ ଢେଙ୍କାନାଳ ଯୋରନ୍ଦା ଗାଦିର ବ୍ରହ୍ମ ଅବଧୂତ ଦୀନ ବନ୍ଧୁ ବାବା, ବ୍ରହ୍ମ ଅବଧୂତ ଶୁରେଶ ଚନ୍ଦ୍ର ବାବା ପରି·ଳନା କରିଥିଲେ। କଳାହାଣ୍ଡି ଜିଲ୍ଲା ପାଷ୍ଟିକୁଡି, ନାଶିଗାଁ, ଅପୁଆପଡା ମହିମା ଆଶ୍ରମର ମଧୁସୁଦନ ଦାସ, ଅଣାକାର ତ୍ୟାଗୀ, ମନୋଜ ଦାସ, ଦିଲିପ ଦାସ, ରାଇସିଂ ଦାସ, ତ୍ରିଲୋଚନ ବୈରାଗୀ, ମହେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତରହି ବିଶ୍ୱ ଶାନ୍ତି ବ୍ରହ୍ମ ଯଜ୍ଞକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।
ଏହି ବିଶ୍ୱ ଶାନ୍ତି ମହିମା ଯଜ୍ଞରେ ଦେଦର ଗ୍ରାମର ମହିଳା ସଂକୀର୍ତନ ଦଳଙ୍କ ସହ ୫ଗୋଟି ଦ ଅଖଣ୍ଡ ନାମ ନେଇଥିଲେ। ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ଯଜ୍ଞରେ ସାମିଲ ହେଇଥିଲେ। ଦେଦର ମହିମା ଆଶ୍ରମର ମୁଖ୍ୟ ବାବା ବୃଷଭ ଦାସ ଦେଦର ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞ ଆୟୋଜନର ଉଦଯୋଗ କରିଥିଲେ। ଶନିବାର ସକାଳେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା।
Comments are closed.