ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ‘ପ୍ରାରମ୍ଭ’ ଉଦଘାଟିତ

କଲମପୁର:କଲମପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୋଟାଗାଁ ସ୍ଥିତ ସରକାରୀ ଉନ୍ନିତ ବିଦ୍ୟାଳୟ ଠାରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ‘ପ୍ରାରମ୍ଭ’ ପ୍ରଶିକ୍ଷଣ ଶିବିର ଉଦଘାଟିତ ହେଇଯାଇଛି। ୪ଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିବ। ଉଭୟ ତାଲିମ ତାଲିମ ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରୀ ଏବଂ ସୁଶିଳ କୁମାର ମୁଣ୍ଡ ଉଦଘାଟନ କରିଥିଲେ।

prayash

କଲମପୁର ଠାରେ ଅନୁଷ୍ଠିତ ଶିବିରରେ କଲମପୁର, ବରଗାଁ ଏବଂ ଚୁରାଗାଁ କ୍ଲଷ୍ଟରର ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିବା ବେଳେ ସନାତନ ଭଞ୍ଜ, ଶୁଭେନ୍ଦୁ କୁମାର ପଣ୍ଡା, ଗୋଲେଖ ବାଗ ଏବଂ ତ୍ରିଲୋଚନ ଧଳ ପ୍ରମୁଖ ଶିକ୍ଷକ ସାଧନକର୍ମୀ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।

ସେହିଭଳି କୋଟାଗାଁ ଠାରେ ଆୟୋଜିତ ତାଲିମ ଶିବିରରେ ବିଜମରା, ମୀନଗୁର ଏବଂ ମଣ୍ଡଳ କ୍ଲଷ୍ଟରର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିବା ବେଳେ ମନ୍ମଥ କୁମାର ମିଶ୍ର, ରୁପେଶ ରଞ୍ଜନ ଖମାରୀ, ନବଘନ ସାହୁ ଏବଂ କିଶୋର ଚନ୍ଦ୍ର ନାଏକ ପ୍ରମୁଖ ଶିକ୍ଷକ ସାଧାନ କର୍ମୀ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ ନିୟମକୁ ଆଧାର କରି ମୌଳିକ ସକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦେଇ କିପରି ଶ୍ରେଣୀ ପରି·ଳନା କରାଯାଇ ପାରିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା। ଶିଶୁ ମାନେ ଏହାକୁ ବୁଝିବାରେ କିଭଳି ସରଳିକରଣ କରାଯିବ ସେନେଇ ଆଲୋଚନା କରାଯାଇଥିଲା।

kalyan agarbati

Comments are closed.