ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଥୁଆମୂଳ ରାମପୁର ବ୍ଲକ ଘେରାଉ କରିବ କଂଗ୍ରେସ
କଲମପୁର: ବିଜେପି ଶାସନାଧିନ କେନ୍ଦ୍ର ସରକାର ଓ ବିଜେଡି ଶାସନାଧିନ ରାଜ୍ୟ ସରକାର ଥୁଆମୂଳ ରାମପୁର ଭଳି ଅଗମ୍ୟ ତଥା ବଣ ପାହାଡ ଘେରା ବ୍ଲକ ପ୍ରତି ବୈମାତୃକ ମନୋଭାବ ଗ୍ରହଣ କରିଛନ୍ତି । ଯେଉଁଥିପାଇଁ ଦେଶ ସ୍ୱାଧୀନର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଏହି ଆଦିବାସୀ ଅଧ୍ୟୁଷିତ ବ୍ଲକର ଶତାଧିକ ଗାଁକୁ ସଂଯୋଗ ପାଇଁ ନାହିଁ ରାସ୍ତା ଓ ପୋଲର ସୁବିଧା । ନାହିଁ ବିଶୁଦ୍ଧ ପାନୀୟ ଜଳର ସୁବିଧା । ଶିକ୍ଷା ସ୍ୱାସ୍ଥ୍ୟ ଅପହଞ୍ଚ ଇଲାକର ଅନ୍ୟତମ ଉଦାହରଣ ଥୁଆମୂଳ ରାମପୁର ବ୍ଲକ । ଏ ସମସ୍ତ ସମସ୍ୟାର ସମାନ ଦାବି ନେଇ ବ୍ଲକ ଘେରାଉ କରାଯିବା ପାଇଁ ବ୍ଲକ କଂଗ୍ରେସର ଆହ୍ୱାନ ଦେଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଆଦିବାସୀ ନେତା ପରମାନନ୍ଦ ମାଝୀ, ଛାତ୍ର ନେତା ଶୁସାନ୍ତ ପ୍ରଧାନୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବାନେଇ ସୂଚନା ମିଳିଛି । କେନ୍ଦ୍ର ସରକାର ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଇଥିବା ବେଳେ ସାଧାରଣ ଜନତା ଅସହାୟ ହେଉଛନ୍ତି । ଅନ୍ୟପଟେ ବେକାର ଯୁବକଙ୍କୁ ଚାକିରି ଯୋଗାଇ ଦେବା ନାରା ଦେଇ କ୍ଷମତାକୁ ଆସିଥିବା କେନ୍ଦ୍ର ଶାସନାଧିନ ବିଜେପି ସରକାର ପକୁଡି ବିକିବା ପାଇଁ ପ୍ରବର୍ତ୍ତାଇବା ହାସ୍ୟାଷ୍ପଦ ।
ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କଳାହାଣ୍ଡିର ଜୀବନ ରେଖା ପରିତାପର ବିଷୟ ଏହି ପ୍ରକଳ୍ପ ପାଇଁ ନିଜର ଭିଟା ମାଟି ଛାଡି ବିସ୍ଥାପିତ ହେଇଥିବା ଲୋକ ଏବେ ଜୀବନ ଜିବୀକା ହରାଇ ଦାଦନ ଖଟିଯାଉଛନ୍ତି । ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ପୋଡାପଦର ପଞ୍ଚାୟତର ବାସିନ୍ଦା ଦୁର୍ବିସହ ଜୀବନ ଜିଉଛନ୍ତି । ଏବେ ବିଶୁଦ୍ଧ ପାନୀୟ ଜଲ ଅଭାବରୁ ଝରଣା ପାଣି ପିଇ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ସାରିଲେଣି । ଚଳିତ ବର୍ଷ ଏହି ରୋଗ ଚିଙ୍ଗିଡିପାସ ଗାଁର ୨ ଓ କୁଟୃପାଟ ଗାଁର ଗୋଟିଏ ମୁଣ୍ଡ ନେଇ ସାରିଲାଣି । କିନ୍ତୁ ରାଜ୍ୟ ଶାସନାଧିନ ବିଜେଡି ସରକାର ଏହି ଅଂଚଳରେ ଥିବା ଆଦିବାସୀଙ୍କ ଜୀବନ ଜିବୀକା କୁହାଯାଉଥିବା ବିଭିନ୍ନ ମାଳିକୁ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଟେକି ଦେଉଛନ୍ତି ।
ସ୍ଥାନୀୟ ଜନ ପ୍ରତିନିଧି ଏବେ ସେବା ବଦଳରେ ଠିକା ରାଜନିତୀରେ ବ୍ୟସ୍ତ । ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର କେବଳ ସାଇନବୋର୍ଡରେ ଶୋଭା ପାଉଛି ସେହି ଭଳି ଆଦିବାସୀ ବହୁଳ ଅଂଚଳ ହେଇଥିଲେ ମଧ୍ୟ ବ୍ଲକରେ ଉଚ୍ଚ ଶିକ୍ଷା ପାଇଁ ନାହିଁ ଡିଗ୍ରୀ କଲେଜର ବ୍ୟବସ୍ଥା । ଅନ୍ୟପଟେ ଯେଉଁ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ସେଠାରେ ଛାତ୍ରୀ ନିବାସ ଅଥବା ଛାତ୍ରାବାସ ନଥିବାରୁ ଦୂର ଦୁରାନ୍ତରୁ ପଢିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀ ପାଠ ପଢିବାରୁ ବଂଚିତ ହେଇ କିଏ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛି ତ ପୁଣି କିଏ କାହା ପାଖରେ ରମିକ ଭାବେ ନିୟୋଜିତ ହେଉଛନ୍ତି ତେଣୁ ଏସମସ୍ତ ସମସ୍ୟାର ସାମାଧାନ ଦାବି ନେଇ କଂଗ୍ରେସ ବ୍ଲକ ଘେରାଉ କରିବାର କର୍ଯ୍ୟକ୍ରମ ରଖିଛି ।
Comments are closed.