www.samajalive.in
Monday, December 8, 2025
14.1 C
Bhubaneswar

ପିକ୍‌ଅପ୍ ଦୁର୍ଘଟଣାରୁ ଅକର୍ମଣ୍ୟ; କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଏଓଏସସିଏଫ ଥାନାର ଦ୍ୱାରସ୍ଥ 

କଲମପୁର : ଜୟପାଟଣା ଥାନା ବଡ଼ କୁଟରୁ ଫାଣ୍ଡି ଅନ୍ତର୍ଗତ ଭେଲାଗାଁର ଦୟାନିଧି ନିଆଲ ଦୁର୍ଘଟଣା ଯୋଗୁ ଅକର୍ମଣ୍ୟ ହୋଇ ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ମହାଜନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଥିବା ବେଳେ କୌଣସି ସହାୟତା ଅଦ୍ୟାବଧି ମିଳିନାହିଁ । ତେଣୁ ସେହି ପରିବାର ଅନୁରୋଧରେ ଏଓଏସସିଏଫ(ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡେରେସନ) କଲମପୁର ଶାଖା ରବିବାର ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀ ନିଆଲଙ୍କ ପରିବାର ପକ୍ଷରୁ ତାଙ୍କ ସ୍ତ୍ରୀ କ୍ଷୀର ନିଆଲ ଏବଂ ଜଣେ ଝିଅ ଯାଇଥିଲେ । ସମସ୍ତେ ଥାନାରେ ଆଇଆଇସି ବାସୁଦେବ ଛତ୍ରିଆଙ୍କୁ ଭେଟି ଘଟଣା ଏବଂ ସେହି ଗରିବ ପରିବାରକୁ ସହାୟତା ଯୋଗାଇଦେବାକୁ କହିଥିବା ଗାଡି ମାଲିକ ପକ୍ଷରୁ ସହାୟତା ମିଳିନଥିବା ଅବଗତ କରାଇବା ସହ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବୀ କରିଥିଲେ। ଆଇଆଇସି ଶ୍ରୀ ଛତ୍ରିଆ ଘଟଣା ଘଟାଇଥିବା ମାଲିକ ସହ ଫୋନରେ ଯୋଗାଯୋଗ କରି ସହାୟତା ଦେବାକୁ କହିଥିଲେ।

ପ୍ରକାଶ ଯେ, ଗତ ମେ ୧୩ ରେ ଏକ ବିଦେଶୀ ମଦ ବୋଝେଇ ପିକ ଅପ୍ ଛେଳି ଚରାଇ ଯାଉଥିବା ବେଳେ ଦୟାନିଧି ନିଆଲର ଗୋଡ ପାଦରେ ପିକଅପର ଚକ ମାଡିଯିବାରୁ ହାଡ଼ ଭାଙ୍ଗି ଯାଇଥିଲା । ଗାଁ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପକୁ ଅଟକାଇ ରଖିଥିଲେ । କୌଣସି ଆଡୁ ଖବର ପାଇ ବଡ କୁଟରୁ ଫାଣ୍ଡିରୁ ଜଣେ କନେଷ୍ଟବଳ ପହଞ୍ଚିଥିଲେ । ଚିକିତ୍ସା ବ୍ୟବସ୍ଥା ବୁଝିବା ଏବଂ କିଛି ସହାୟତା ଦେବା ପାଇଁ ମାଲିକ ସହ କଥାବାର୍ତା ହେବା ପରେ ସମାଧାନ ହୋଇଥିଲା। କିନ୍ତୁ ଆଜକୁ ଏକ ମାସ ବିତିଯାଇଥିଲେ ହେଁ ସେହି ମାଲିକ ଆବଶ୍ୟକ ସହାୟତା ଯୋଗାଇ ଦେଉନଥିବାରୁ ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଥିବା ବେଳେ ପରିବାର ଅସହାୟ । ବର୍ତ୍ତମାନ ରୋଗୀଙ୍କ ଗୋଡ ଆଉ ଥରେ ଅପରେସନ ହେବା ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ।

- Advertisement -

ଦୁର୍ଘଟଣା ଯୋଗୁଁ ଅକର୍ମଣ୍ୟ ହୋଇ ପଡ଼ିଥିବା ଦୟାନିଧି ପରିବାର ପାଇଁ ଜଣେ ହିଁ ଥିଲେ ରୋଜଗାର କ୍ଷମ ବ୍ୟକ୍ତି । ପରିବାରର ଆର୍ଥିକ ସ୍ଥିତି ବହୁ ଦୁର୍ବଳ। ଗତ ୨ ବର୍ଷ ତଳେ ତାଙ୍କ ଏକ ମାତ୍ର ପୁଅ ଦାଦନ ଯାଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ବର୍ତ୍ତମାନ ୨ ଯବାନ ଝିଅକୁ କିଭଳି ସାହାରା ହେବେ ବାପା ତାହା ସେହି ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି । ଏଓଏସସିଏଫ କଲମପୁର ଶାଖା ପକ୍ଷରୁ ସଭାପତି ଲିମେଶ୍ୱର ବାଗ, ଉପସଭାପତି ଶ୍ରୀକାନ୍ତ ଛତ୍ରିଆ, ସମ୍ପାଦକ ବଳରାମ ଛତ୍ରିଆ, ପରାମର୍ଶ ଦାତା ଶତ୍ରୁଘ୍ନ ବାଗ, ଯୁବ ସଭାପତି ମାଧବ ସୁନାନୀ, ଗଣେଶ ନାଗ ପ୍ରମୁଖ ପରିବାର ସହ ଥାନାକୁ ଯାଇଥିଲେ। ଏହି ପରିବାର ଅଭିଯୋଗକୁ ଗୁରୁତ୍ୱ ଦେବାକୁ ପୁଲିସରେ ଦାବୀ କରିବା ସହ ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ସହାୟତା ଯୋଗାଇ ନ ଦେଲେ ସଂଘ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories