www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ଏକ ଦିବସୀୟ ତାଲିମ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଡି ଆର୍ ଡି ଏ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କରାଯିବା ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଥୁଆମୂଳ ରାମପୁର ବ୍ଲକ ଏବିଡିଓ ଶ୍ରୀ ଭରତ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ବ୍ଲକର ଇକୋ କ୍ଲବ ତାଲିକାଭୁକ୍ତ ୩୯ ଗୋଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି।ଡି ଆର୍ ଡି ଏ କଳାହାଣ୍ଡି ପକ୍ଷରୁ ଆୟୋଜିତ ଏହି ଦିନିକିଆ କର୍ମଶାଳା ଏପିଡି ଶ୍ରୀ ଅମୂଲ୍ୟ କୁମାର ବାଉଲଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ କିଶୋର କୁମାର ମହାଲିଙ୍ଗ ଏବଂ ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ରେଞ୍ଜର ସୁଦର୍ଶନ ଦେହୁରୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଷୟରେ ତାଲିମ ପ୍ରଦାନ କରିବା ସହିତ ଏହାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ବ୍ଲକ ଶିକ୍ଷାଧିକାରୀ ଲୋକନାଥ ବେହେରା,ବ୍ଲକ ଏଇଇ ସାଲକୋ ହେମ୍ବ୍ରମ,ମନରେଗା ଏପିଓ ଅଶୋକ କୁମାର ମୁଦି,ବ୍ଲକରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ଫରେଷ୍ଟର ବନମାଳୀ ଭୋଇଙ୍କ ସମେତ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହିଥିଲେ।
ଏହାପରେ ଏହି ଅବସରରେ ଥୁଆମୂଳ ରାମପୁର ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବେହେରାଙ୍କ ତତ୍ବାବଧାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀ ମହାଲିଙ୍ଗ ଏବଂ ସମ୍ମାନିତ ଅତିଥି ଏପିଡି ଶ୍ରୀ ବାଉଲ ବୃକ୍ଷ ରୋପଣ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories