www.samajalive.in
Saturday, December 6, 2025
14.1 C
Bhubaneswar

ଚିକିଲି ଛକ ନିକଟରେ ବାଇକ ଦୁର୍ଘଟଣା; ଯୁବକ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଚିକିଲି ଛକ ନିକଟରେ ସୋମବାର ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଏବଂ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଯୁବକ ଜଣକର ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ସୋମବାର ସକାଳ ୧୦.୩୦ସମୟରେ ଜୁନାଗଡ଼ ଥାନା ଅଧିନସ୍ତ ମାଟିଗାଁ ପ୍ରଗତି ନଗର ବାସିନ୍ଦା ଧନୁ ଦଣ୍ଡସେନା ନାମକ ବ୍ୟକ୍ତି କଲମପୁର ଅଞ୍ଚଳକୁ ଆସି ବାଇକ ଯୋଗେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବଙ୍କାପଲା ଦାସିଗାଁ ମଝିରେ ଥିବା ଚିକିଲି ଛକ ନିକଟରେ ଜମିକୁ ଜଳ ସେଚନ ପାଇଁ ବିଛା ଯାଇଥିବା ପାଇପରେ ବାଇକର ଚକ ଲାଗି ଖସି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଧନୁ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୁହଁ, କାନ ଏବଂ ନାକରେ ପ୍ରବଳ ମାଡ ଯୋଗୁଁ ଗଭୀର ଆଘାତ ଲାଗିଛି।

- Advertisement -

ସୂଚନାଯୋଗ୍ୟ, ଏହି ରାସ୍ତାରେ କୌଣସି ସୂଚନା ନଥାଇ ଅନାଧିକୃତ ଭାବେ ବିଭିନ୍ନ ସ୍ଥାନରେ ନଦୀ ଏବଂ ନାଳରୁ ପାଇପ ଯୋଗେ ଜମି ସବୁକୁ ଜଳ ସେଚନ କରାଯାଉଛି। ଏହାଦ୍ୱାରା ଅସାବଧାନତା ବସତଃ ବାଇକ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ପୂର୍ତ୍ତ ବିଭାଗ ସମେତ ପୁଲିସ ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories