www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ କ୍ରିଡା ପ୍ରତିଯୋଗିତାରେ କୃତୀତ୍ୱ 

ସମ୍ବଲପୁର : ପଶ୍ଚିମବଙ୍ଗର ରାଜଧାନୀ କୋଲକତା ଠାରେ ୪୩ତମ ଜାତୀୟ ମାଷ୍ଟର କ୍ରିଡା ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର ଏଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରିଡା ପ୍ରତିଯୋଗିତାରେ ସମ୍ବଲପୁର ଜିଲାର ପ୍ରତିଯୋଗୀ ମାନେ ସଫଳତା ହାସଲ କରିଛନ୍ତି। ୬୫ ବର୍ଷ ବର୍ଗରେ ସମ୍ବଲପୁରର ମାଷ୍ଟର କ୍ରିଡାବିତ ସୁନ୍ଦରମଣୀ ବାରିକ ଲମ୍ବ ଡିଆଁରେ ୬ଷ୍ଠ, ୪୫ ବର୍ଷ ବର୍ଗ (ମହିଳା)ରେ ରେଖା ଦେ ଲମ୍ବ ଡିଆଁରେ ସ୍ୱର୍ଣ୍ଣ, ଟ୍ରିପଲ ଜମ୍ପରେ ବ୍ରୋଞ୍ଜ ଓ ୧୦୦ ମିଟର ଦୌଡରେ ବ୍ରୋଞ୍ଜ, ୩୦ ବର୍ଷ ପୁରୁଷ ବର୍ଗରେ ବୁଧରାମ ମୁଣ୍ଡା ୫ କିମି ଚାଲିରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ୩୦ ବର୍ଷ ମହିଳା ବର୍ଗରେ ଝାରସୁଗୁଡା ବ୍ରଜରାଜନଗରର କମଲିନି ନାଏକ ୧୦୦ ମିଟର ହର୍ଡଲ ରେ ସ୍ୱର୍ଣ୍ଣ ଓ ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ନିଜସ୍ୱ ଉଦ୍ୟମରେ ବ୍ୟକ୍ତିଗତ ବର୍ଗରେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସାରା ଦେଶରୁ ୪୫ ଶହ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories