www.samajalive.in
Saturday, December 6, 2025
26.1 C
Bhubaneswar

ଆଦର୍ଶ ଗାଁ ଯୋଡାବନ୍ଧ ; ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ପଞ୍ଚାୟତର ଯୋଡାବନ୍ଧ ଗାଁ । ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକେ ବସବାସ କରୁଥିବା ଏହି ଆଦର୍ଶ ଗାଁରେ ଗ୍ରୀଷ୍ମ ଋତୁ ଆସିଲେ ଭାଳେଣି ପଡେ ପାନୀୟ ଜଳ ପାଇଁ । ଗାଁର ସ୍ଥାପିତ ହୋଇଛି ଓଭରହେଡ୍ ପାଣିଟାଙ୍କି । ସେହିପରି ସୋଲାର ଓ୍ବାଟର ପ୍ରୋଜେକ୍ଟ ମଧ୍ୟ ରହିଛି । ହେଲେ ଦୁଇଟି ପ୍ରକଳ୍ପ ପକ୍ଷଘାତରେ ପଡି ଅଚଳ ହୋଇ ପଡିଛି । ଦୂରରୁ ଶୋଭାବର୍ଦ୍ଧନ କରୁଥିବା ଏହି ଦୁଇଟି ପାନୀୟ ଜଳ ପ୍ରକଳ୍ପର ବାସ୍ତବତାକୁ ଦେଖିଲେ ଯେକେହି ହତବାକ୍ ହୋଇପଡିବ । ବର୍ଷ ବର୍ଷ ଧରି ଅଚଳ ହୋଇ ପଡିଥିବା ପାନୀୟ ଜଳ ପ୍ରକଳ୍ପ କାରଣରୁ ଲୋକେ ପିଇବା ପାଣିକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସ୍ଥାୟୀ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଅର୍ଥରାଶି । ହେଲେ ତାହା ନିଷ୍ଫଳ । ଗ୍ରୀଷ୍ମ ଆସିଲେ ପ୍ରଶାସନ ତରଫରୁ ପାଣି ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ଯୋଗାଣ ହୁଏ । ବାସ୍ ଏତିକି । ଗାଁକୁ ମାତ୍ର ତିନୋଟି ନଳକୂପ ଅଛି ଓ ତାହା କଷ୍ଟେମଷ୍ଟେ କାମ ଚଳାଉଛି । କାହିଁକି ସ୍ଥାୟୀ ବ୍ୟବସ୍ଥା ଆଜି ଯାଏଁ ହୋଇପାରିଲାନି ସେନେଇ ଆଦର୍ଶ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ସ୍ଥାନୀୟବାସିନ୍ଦା ପ୍ରଶ୍ନ କରିବା ସହ ଏହାର ସମାଧାନ ପାଇଁ ଦାବୀ କରିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories