କେରଳକୁ କାମ କରିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କଲମପୁର: କେରଳର ପାଲ୍ଲାକାଡ ଜିଲ୍ଲା ପଟ୍ଟାଂଦି ଅଂଚଳରେ ଥିବା ସାଉଥ ମାଲାବାର  ଷ୍ଟିଲ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ଥୁଆମୂଲ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗିଡିପାସ ଗାଁର ସାଧବ ଝୋଡିଆଙ୍କ ୩୦ ବର୍ଷିୟ ପୁଅ ସୁଦର୍ଶନ ବିଦ୍ୟୁତ୍‌ ଆଘାତରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

prayash

ସୂଚନା ଅନୁସାରେ ସୋମବାର ଖାଇବା ପାଇଁ ଛୁଟି ହେଇଥିବା ବେଳେ ସୁଦର୍ଶନ କମ୍ପାନୀ ପରିସରରେ ଥିବା ଏକ ନଡିଆ ଗଛକୁ ନଡିଆ ତୋଳିବା ପାଇଁ ଯାଇଥିଲା । ନଡିଆ ତୋଳିବା ବେଳେ ଅସାବଧାନତା ବସତଃ ନିକଟରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କର ସାଥୀ ଶ୍ରମିକ ଓ ସମ୍ପର୍କୀୟ କାକା ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସୁଦର୍ଶନଙ୍କ ପରିବାର ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ଶୋଚନୀୟ ହେଇ ପଡିଥିବାରୁ ପରିବାର ପ୍ରତିପୋଷଣ ପାଇଁ ସେ ଦାଦନ ଖଟିବାକୁ କେରଳ ଯାଇଥିଲା । ଏବେ ଏନେଇ କମ୍ପାନୀକୁ ଜଣାଇବା ସହ ତାଙ୍କ ଶବ ତାଙ୍କର ଜନ୍ମ ମାଟିକୁ ପଠାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏଥିସହିତ କମ୍ପାନୀକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କୁହାଯାଇଥିଲେ ମଧ୍ୟ କମ୍ପାନୀ ତରଫରୁ ସେପରି କିଛି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିନାହିଁ ।  ଦାଦନ ସମସ୍ୟା ନେଇ ରିତିମତ ଏଭଳି ଖବର ଆସୁଥିଲେ ମଧ୍ୟ ସରକାରଙ୍କ କୌଣସି ଯୋଜନା ଅଟକାଇ ପାରୁନାହିଁ ଏହି ସମସ୍ୟାକୁ । ସମାଧାନ ହେଇ ପାରୁନାହିଁ ଶ୍ରମିକଙ୍କ ସମସ୍ୟା । ପ୍ରତିଦିନ ଶ୍ରମିକ କିଏ କେରଳକୁ ତ କିଏ ଗୋଆ, ବୁଣି ବିଭିନ୍ନ ସ୍ଥାନକୁ ଯାଉଛନ୍ତି ।  ଏବେ ମୃତକ ସୁଦର୍ଶନର ଶବ କିଭଳି ଗାଁ ମାଟିକୁ ଆସିବ ସେନେଇ ଜିଲ୍ଲା ପ୍ରାଶସନ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

kalyan agarbati

Comments are closed.